www.samajalive.in
Saturday, December 13, 2025
26.1 C
Bhubaneswar

ଶୁଣ୍ଠିପାଳ ଗ୍ରାମରେ ବାରହା ଉପଦ୍ରବ

ତିଗିରିଆ :  ଗତ କିଛିଦିନ ହେଲା ତିଗିରିଆ ବ୍ଲକ ଅନ୍ତର୍ଗତ ଶୁଣ୍ଠିପାଳ ଗ୍ରାମରେ ବାରହା ଉପଦ୍ରବ ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଗହୀର ଗୁଡ଼ିକରେ ପାଣି ଭରି ରହିଥିବା ବେଳେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇ ପଳପଳ ବାରହା ଗ୍ରାମ ଜନବସତି ନିକଟ ହେଉଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ବାଡ଼ିତଳେ ଲାଗିଥିବା ପାଳୁଅ, ସାରୁ, କନ୍ଦମୂଳ ଏବଂ ଢ଼ିପ କିସମରେ ରହିଥିବା ଆଖୁକ୍ଷେତରେ ପଶି ଗଛଗୁଡ଼ିକର ମୂଳତାଡ଼ି ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତବର୍ଷ ଏହି ଗ୍ରାମରେ କ୍ଷେତବାଡ଼ିରେ ଚାଷୀମାନେ କାର୍ଯ୍ୟ କରୁଥିବା ବେଳେ ବାରହା ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟରୁ ୨ଜଣ କଟକ ବଡ଼ ଡାକ୍ତରଖାନାରେ ଦୀର୍ଘ ୩ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ପୁଣି ବାରହା ଉପଦ୍ରବ ଯୋଗୁଁ ଲୋକେ ବିଗତ ଦିନର ଘଟଣାକୁ ମନେ ପକାଇ ଆତଙ୍କିତ ଥିବା ଜଣାପଡ଼ିଛି । ବନବିଭାଗ ପକ୍ଷରୁ ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories