ନୂଆଦିଲ୍ଲୀ: ଗୁରୁତର ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଦିଲ୍ଲୀ ଏମ୍ସରୁ ଏୟାର ଆମ୍ବୁଲାନ୍ସରେ ଗୋଆ ଅଣାଯାଇଛି। ଆମେରିକାରେ ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ସେପ୍ଟେମ୍ବର ୧୫ରେ ପୁଣି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇ ଥିଲା। ଏମ୍ସରେ ପାରିକର ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ସହ ବସି ମନ୍ତ୍ରଣାଳୟ ବଣ୍ଟନ ଓ ଅନ୍ୟାନ୍ୟ ଦାୟିତ୍ୱ ପ୍ରଦାନ କରିଥିଲେ। ରବିବାର ଅପରାହ୍ଣରେ ପାରିକରଙ୍କୁ ପୁଣି ଗୋଆ ଫେରାଇ ଅଣାଯାଇଛି।
ଅପରପକ୍ଷରେ ପାରିକରଙ୍କ ଅନୁପସ୍ଥିତି ଗୋଆ ରାଜନୀତିକୁ ବେଶ୍ ଚଳଚଞ୍ଚଳ କରି ଦେଇଛି। କଂଗ୍ରେସ ପକ୍ଷରୁ ଗୋଆ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ଦାବି କରାଯାଇଛି। ଶନିବାର କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଜରୁରିକାଳୀନ ଅଧିବେଶନ ମାଧ୍ୟମରେ ବହୁମତ ପାଇଁ ଦାବି କରିଥିଲେ। ପାରିକରଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଗୋଆରେ ଚିକିତ୍ସା ଜାରି ରଖିବାକୁ ସେ ଦାବି କରିଥିଲେ।
ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବେଦନଶୀଳ: ଏୟାର ଆମ୍ବୁଲାନ୍ସରେ ଗୋଆ ନିଆଗଲା
Popular Categories



