ନଭି ମୁମ୍ବଇରେ ଏକ ନୂତନ ରେସ୍ତୋରାଁ ଖୋଲିଛନ୍ତି କୌଶିକ ଅଗ୍ରୱାଲ୍। ସପ୍ତାହର ୭ଦିନ ଏଠାରେ ଶୁଦ୍ଧ ଶାକାହାରୀ ବିନା ପିଆଜ ରସୁଣ ପ୍ରସ୍ତୁତ ଖାଦ୍ୟ ଗ୍ରାହକଙ୍କୁ ପରଷାଯିବ। ମୁମ୍ବଇରେ ଏହା ପ୍ରଥମ ରେସ୍ତୋରାଁ, ଯାହା କେବଳ ବ୍ରତ ଓ ଉପବାସ କରୁଥିବା ବର୍ଗର ଲୋକଙ୍କ ନିମନ୍ତେ ଉତ୍ତମ ଭୋଜନ ଯୋଗାଇବ। ସାଧାରଣତଃ ଶୁକ୍ରବାର ମା’ ସନ୍ତୋଷୀଙ୍କ ପୂଜାର୍ଚ୍ଚନା କରୁଥିବା ଲୋକେ ବାହାରେ ଖାଦ୍ୟ ଖାଆନ୍ତି ନାହିଁ। କାରଣ ଖଟା କେଉଁଥିରେ ମିଶିଥିବ, ତାହାର ଭୟ ଥାଏ। ହେଲେ କୌଶିକ କହିଛନ୍ତି ଶୁକ୍ରବାର ଭୋଜନ ନିମନ୍ତେ ରେସ୍ତୋରାଁର ଗୋଟିଏ ପାର୍ଶ୍ବ ସ୍ବତନ୍ତ୍ର ଭାବେ ରହିଛି। ଶୁକ୍ରବାର ଭୋଜନ ଥାଳିରେ ଘିଅରେ ତିଆରି ଭାତ, ଡାଲି, ଛୋଲେ, କଦଳୀ ବରା, ସିଝା ତରକାରି ଓ ଖିରି ଗ୍ରାହକଙ୍କୁ ପରଷା ଯିବ। ଅନ୍ୟ ଦିନରେ ଗ୍ରାହକଙ୍କୁ ଫରିୟାଲୀ ଦୋସା, ଟୁଟି ଫ୍ରୁଟି କେକ୍, ଜିରା ପନିର୍, ପରିବା ତରକାରି ଇତ୍ୟାଦି ପରଷା ଯିବ। ଜୁଲାଇ ୨୫ରେ ଶୁଭାରମ୍ଭ ହୋଇଥିବା ଏହି ରେସ୍ତୋରାଁରେ ସଂଖ୍ୟାଧିକ ବ୍ରତଧାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି।
Popular Categories



