ପୌରପାଳିକାର ପରିମଳ ଅଧିକାରୀଙ୍କୁ ଘେରିଲେ କାଉନସିଲର ଓ ସ୍ୱଚ୍ଛସାଥୀ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପକ୍ଷରୁ ଘରୁ ଘର ଅଳିଆ ସଂଗ୍ରହ କାର୍ଯ୍ୟ ଦିଗହରା ହୋଇପଡିଛି । ପୌରପାଳିକାର ପରିମଳ ଅଧିକାରୀ (ସାନିଟେଶନ ଏକ୍ସପାର୍ଟ ) ମନୋଜ ଦତ୍ତ କାର୍ଯ୍ୟ ଅବହେଳା ଯୋଗୁ  ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି ।  ପ୍ରାୟ ୧୫ ଦିନ ହେବ ସହରର ବିଭିନ୍ନ ସାହିରୁ ନିୟମିତ ଅଳିଆ ଉଠୁନି । ସ୍ବଚ୍ଛ ସାଥୀ ମାନଙ୍କୁ ଅଳିଆ ପୃଥକୀକରଣ ରୁ ବାଦ ଦିଆଯାଇଥିବା ବେଳେ ସେମାନଙ୍କୁ ଗତ ୪ ମାସ ହେବ ପ୍ରାପ୍ୟ ମିଳୁନି । ଶେଷରେ ସହରର ଅଧ୍ୟକ୍ଷଙ୍କ ସମେତ କାଉନସିଲର ଓ ସ୍ବଚ୍ଛସାଥୀ ମହିଳା ମାନେ ଦାୟିତ୍ବରେ ଥିବା ପରିମଳ ଅଧିକାରୀ ମନୋଜ ଦତ୍ତଙ୍କୁ ଘେରାଉ କରିବା ସହ ଅଳିଆ ଗାଡିକୁ ପ୍ରାୟ ୨ ଘଣ୍ଟା ଅଟକାଇ ରଖିଥିଲେ । ତେବେ ଗତ ୬ ତାରିଖରୁ ୱାର୍ଡ ନଂ ୬, ୧୦, ୧୧, ୧୩ ଓ ୧୫କୁ ଅଳିଆ ସଂଗ୍ରହକାରୀ ଗାଡି ଯାଉନଥିବା ବେଳେ ୧୪ ଓ ୧୬ ନଂ ୱାର୍ଡକୁ ନିୟମିତ ଭାବେ ଅଳିଆ ସଂଗ୍ରହ କାରୀ ଗାଡି ଯାଉନଥିବା ନେଇ ଅଭିଯୋଗ କରିଥିଲେ ।

ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟରେ ୧୦ ଗୋଟି ବେଟେରୀ ଚାଳିତ ଗାଡି ସହରରେ ଅଳିଆ ସଂଗ୍ରହ ପାଇଁ ନିୟୋଜିତ କରାଯାଇଥିବା ବେଳେ ସେଥିରେ ମହିଳା ମାନଙ୍କୁ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣର ନାରା ଦିଆଯାଇ ସରକାର ବାହାବାହା ନେଇଥିଲେ । ତେବେ ଉକ୍ତ ମହିଳା ମାନେ ହାତ ବାନ୍ଧି ବସିଛନ୍ତି । ଗତ ଏକ ମାସ ହେବ ଅଳିଆ ଗଦା ହେଉଥିବା ସ୍ଥାନକୁ ରାସ୍ତା ସମସ୍ୟା ଯୋଗୁଁ ଛଟ ଗାଡି ଯାଇପାରୁ ନଥିବାରୁ ଅଳିଆ ସଂଗ୍ରହ ହୋଇପାରୁ ନାହିଁ।  ସୂଚନା ଅନୁଯାୟୀ, ନବରଙ୍ଗପୁର ସହରରେ ସଫେଇ ଦାୟିତ୍ବରେ ଥିବା ସଂସ୍ଥା ସଫେଇ ପାଇଁ ମାସକୁ ୧୪ ଲକ୍ଷ ୪୭ ହଜାର ଟଙ୍କା ନେଉଥିବା ବେଳେ ଆବଶ୍ୟକ ସଂଖ୍ୟକ ସଫେଇ କର୍ମଚାରୀ ନିୟୋଜିତ କରୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସଫେଇ ପାଇଁ ଦୈନିକ ୭୦ ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ନିୟମ ରହିଥିବା ବେଳେ ପ୍ରତି ଦିନ ୫ ଜଣ ଅନୁପସ୍ଥିତ ରହୁଥିବାର ଅଭିଯୋଗ ହୋଇଛି । ସ୍ବଚ୍ଛ ସାଥୀ ମହିଳା ମାନେ ପରିମଳ ଅଧିକାରୀଙ୍କ ନାମରେ ଗୁରୁତର  ଅଭିଯୋଗ ଆଣିଛନ୍ତି ।

prayash

ଶ୍ରୀ ଦତ୍ତ ସ୍ୱଚ୍ଛ ସାଥିଙ୍କ ସହ ଦୁର୍ବ୍ୟବହାର କରବା ସହ ରାସ୍ତା ଘାଟରେ ପଡ଼ିଥିବା ମଦ ବୋତଲ ଉଠାଇବାକୁ ବାଧ୍ୟ କରୁଥିବା ସ୍ୱଚ୍ଛ ସାଥୀମାନେ ଅଭିଯୋଗ କରିଛନ୍ତି ।ମାନସିକ ଚାପ ପକାଉଥିବାର ଅଭିଯୋଗ କରିଛନ୍ତି। ସ୍ବଛ ସାଥୀ ମାନେ କହିଛନ୍ତି ୧୫ ରୁ ୨୦ ଦିନ ଧରି ଅଳିଆ ସଂଗ୍ରହ ନହେବା ଫଳରେ ସେମାନେ ଲୋକଙ୍କ ରୋଷର ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।ଶ୍ରୀ ଦତ୍ତ ଅନେକ ସମୟରେ ପୌର କାର‌୍ୟ୍ୟାଳୟର କାର‌୍ୟ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିବା ସଫେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଶ୍ରୀ ଦତ୍ତ ନିଜ ମୂତାବିକ କାମ କରୁଥିବା ବେଳେ କୌଣସି କାଉନସିଲର କଥାକୁ ବୃକ୍ଷେପ କରୁ ନ ଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ସେହିପରି ୧୦ ଗୋଟି  ବ୍ୟାଟେରୀ  ଚାଳିତ ଗାଡିର ଦାୟିତ୍ଵ ମଧ୍ୟ ଶ୍ରୀ ଦତ୍ତ ରହିଥିବା ବେଳେ ତଦାରଖ ଅଭାବ ଯୋଗୁଁ ଆଜିକୁ ପ୍ରାୟ ୬ ମାସରୁ ଊର୍ଦ୍ଧ୍ବ ହେବ ଗାଡ଼ି ଗୁଡ଼ିକ ଖରାପ ହୋଇ ଖତ ଖାଇବାକୁ ବସିଲାଣି ।

ନୂତନ ପୌର ପରିଷଦ ଗଠନ ହେବା ପରେ ଏ ନେଇ ପୌର ଅଧ୍ୟକ୍ଷ ଶ୍ରୀ ଦତ୍ତଙ୍କୁ ପଚାରିବାରୁ ଗାଡିଗୁଡିକ ମରାମତି ପାଇଁ ମେକାନିକ କୁହାଯାଇଛି ବୋଲି କହି ଚାରିମାସ ବିତିଯାଇଥିଲେ ସୁଦ୍ଧା ଗାଡ଼ି ଗୁଡ଼ିକ ମରାମତି ହୋଇପାରି ନାହିଁ । ସରକାର ସଫେଇ କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରୀ ଦତ୍ତଙ୍କ ବୋଲି ଦାୟିତ୍ଵ ହୀନ ବ୍ୟକ୍ତି ଯୋଗୁଁ ସରକାରଙ୍କ ମହତ କାର୍ଯ୍ୟ ସଫଳ ହୋଇପାରୁନାହିଁ  ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି । ମୋ ଖତ ଯୋଜନାର ଦାୟିତ୍ଵରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କେତେ ଖତ ପ୍ରସ୍ତୁତ ହୋଇଛି ? କେତେ ବିକ୍ରି ହୋଇଛି ? କେତେ ଖତ ମହଜୁଦ ଅଛି ? ବିକ୍ରି ହୋଇଥିବା ଖତ ବାବଦରେ କେତେ ଟଙ୍କା ଅଛି ? ତାହାର କିଛି ହିସାବ ନ ଥିବା ଅଭିଯୋଗ ହୋଇଛି । ପୌରାଞ୍ଚଳରେ ସଫେଇ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ଓ ତଦାରଖ ନିମନ୍ତେ ଏକ ନୂତନ ସାନିଟେଶନ ଏକ୍ସ ପାର୍ଟ ନିଯୁକ୍ତି ପ୍ରଦାନ କରିବାକୁ କାଉନସିଲର  ନଗେନ୍ଦ୍ର ପଟ୍ଟନାୟକ , କେଶବ ରାଜୁ,  ଏ.ସତିଶ , ଅମିତ ପ୍ରଧାନ , ସମେଶ ଖୋରା , ଅଲେଖ ସୌରା , ରାମ ହରିଜନ , ମମତା ମହାରଣା, ଗୀତାଞ୍ଜଳି ଯାଦବ, ପି.ଉଷାରାଣୀ , ସନ୍ତୋଷୀ ଜାନୀ ପ୍ରମୁଖ ଦାବି କରିଛନ୍ତି  ।

kalyan agarbati

Comments are closed.