www.samajalive.in
Sunday, December 14, 2025
16.1 C
Bhubaneswar

ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର: ମୈତ୍ରୀ ବିହାରଠାରେ ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ଫୋନ୍‌ ବ୍ୟାଙ୍କିଙ୍ଗ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ୧୨ଶହ ଲୋକ ପ୍ରତ୍ୟକ୍ଷଭାବେ ନିଯୁକ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ମହିଳା । ରୋବ୍‌ଟର ବ୍ୟବହାର ସହ କୃତ୍ରିମ ବୁଦ୍ଧି ସମୃଦ୍ଧ ଏହି କେନ୍ଦ୍ରରେ କର୍ପୋରେଟ, ବ୍ୟବସାୟ ଓ ଖୁଚୁରା ବ୍ୟାଙ୍କ ନେଣଦେଣ ଉପରେ ଦେଶର କୋଣ ଅନୁକୋଣର ଗ୍ରାହକଙ୍କ ପାଇଁ ଉତ୍ତମ ସୁବିଧା ସୁଯୋଗ ରହିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇପାରିବ ବୋଲି ସେ କହିଥିଲେ। ଏହି କେନ୍ଦ୍ରକୁ ଆହୁରି ସମୃଦ୍ଧ କରିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସକୁ ରାଜ୍ୟ ସରକାର ସମସ୍ତପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ବାତ୍ରା କହିଥିଲେ, ଓଡ଼ିଶାର ରୂପାନ୍ତରଣରେ ଡିଜିଟାଲକରଣ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଆଇସିଆଇସିଆଇ ବ୍ୟାଙ୍କ ଓଡ଼ିଶାରେ ଏହାର ୧୬୮ ଶାଖା ଓ ୨୭୧ ଏଟିଏମ୍‌ର ନେଟ୍‌ୱର୍କ, କଲ୍‌ ସେଣ୍ଟର, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଓ ମୋବାଇଲ୍‌ ଆପ୍ଲିକେସନ୍‌ ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଓ ଚଳନ୍ତି ଖାତା, ମିଆଦୀ ଜମା ଓ ରିକରିଂ ଡିପୋଜିଟ୍‌ ଭଳି ଜମା ଏବଂ ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ, ସୁନା ଋଣ, ବ୍ୟବସାୟ ଋଣ ଭଳି ଋଣ ଏବଂ ଓଭର୍‌ଡ୍ରାଫ୍ଟ ଓ କ୍ରେଡିଟ୍‌ କାର୍ଡ ଆଦି ପ୍ରଦାନ କରାଯାଉଛି। ବିଗତ ବର୍ଷଗୁଡ଼ିରେ ବ୍ୟାଙ୍କ ରାଜ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ରିଟେଲ୍‌ ଋଣ ଆବଣ୍ଟନ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କା ହୋଇଛି। ରାଜ୍ୟର ଗ୍ରାମୀଣ ଲୋକଙ୍କୁ ସଶକ୍ତ କରିବା ଲାଗି ଅାଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଉଦ୍ୟମିତାର ଭାବକୁ ସମର୍ଥନ କରାଯାଉଛି।

- Advertisement -

ବ୍ୟାଙ୍କ ପକ୍ଷରୁ ୪୫୦୦ରୁ ଅଧିକ ଏସ୍‌ଏଚ୍‌ଜିଙ୍କୁ ଋଣ ପ୍ରଦାନ କରାଯାଇଛି, ଯଦ୍ୱାରା ୫୦,୦୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି। ଆଇସିଆଇସିଆଇ ଗ୍ରୁପ୍‌ର ସିଏସ୍‌ଆର୍‌ ଶାଖା ଆଇସିଆଇସିଆଇ ଫାଉଣ୍ଡେସନ ଫର ଇନକ୍ଲୁସିଭ୍‌ ଗ୍ରୋଥ୍‌ ପକ୍ଷରୁ ଗ୍ରାମୀଣ ଗୋଷ୍ଠୀଙ୍କୁ ସହାୟତା ଲାଗି ଗ୍ରହଣ କରାଯାଉଥିବା ଅଭିଯାନଗୁଡ଼ିକରେ ବ୍ୟାଙ୍କ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେଉଛି। ଆଇସିଆଇସିଆଇ ଫାଉଣ୍ଡେସନ ଗ୍ରାମାଞ୍ଚଳରେ ବଞ୍ଚିତ ବର୍ଗର ୬୦୦୦ରୁ ଅଧିକ ଲୋକଙ୍କୁ ନିରନ୍ତର ଜୀବିକା ଉପାର୍ଜନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଓଡ଼ିଶାର ୩୦୦୦ରୁ ଅଧିକ ବଞ୍ଚିତ ବର୍ଗର ଯୁବକଯୁବତୀଙ୍କୁ ଏହା ମାଗଣାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛି ଏବଂ ନିଯୁକ୍ତି ପାଇବା କିମ୍ବା ନିଜର ସଂସ୍ଥା ସ୍ଥାପନ କରିବାରେ ସହଯୋଗ ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories