www.samajalive.in
Saturday, December 13, 2025
21.1 C
Bhubaneswar

ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ ପାଇଁ ଇଛାପୁର ପ୍ରାଥମିକ ବିଦ୍ୟାଳୟ ତାଲିମ ଶିବିର

କଲମପୁର: ସାଥ ଏବଂ କୈବଲ୍ୟ ଫାଉଣ୍ଡଡେସନର ମିଳିତ ଆନୁକୂଲ୍ୟରେ ‘ବାଲା’ କାର୍ଯ୍ୟକ୍ରମ ର ସହଯୋଗରେ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ଏବେ ୱାଲ ପେଟିଂ, ନ୍ୟୁଟ୍ରି ଗାର୍ଡେନ ଓ ହେଙ୍ଗିଂ ଲାଇବ୍ରେରୀ ଭଲି କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଛି। ମଙ୍ଗଳବାର କଲମପୁର ବ୍ଲକର ଇଛାପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏ ସମ୍ବନ୍ଧୀୟ ଏକ ତାଲିମ ଶିବିର ଆୟୋଜନ କରାଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ସହକାରୀ ଗୋଷ୍ଟୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ସାଧାନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ସାହୁ, ମନୋଜ କୁମାର ମେହେର, ସନାତନ ଭଞ୍ଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୈବଲ୍ୟ ଏଜୁକେସନ ଫାଉଣ୍ଡଡେସନର କଲମପୁର ବ୍ଲକ ସଂଯୋଜିକା ସାରିନୀ ମାଇତି ତାଲିମ ଶିବିର ଆୟୋଜନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପୂର୍ବରୁ ବିଦ୍ୟାଳୟ ପ୍ରତି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ପୃଷ୍ଟିକର ମଧ୍ୟାହ୍ନ ଭୋଜନ, ମାଗଣାରେ ପାଠ୍ୟ ପୂସ୍ତକ ଓ ଉପକରଣ ପ୍ରଦାନ ସହ ବାର୍ଷିକ ଦୁଇ ହଳ ପୋଷାକ ଓ ଜୋତା ପ୍ରଦାନ କରାଯାଉଛି। ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ପ୍ରାୟତଃ ୬ ଘଣ୍ଟା ବିତାଉଛନ୍ତି। ସେହି ବିଦ୍ୟାଳୟ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ୱାଲ ପେଣ୍ଟିଂ, ନ୍ୟୁଟ୍ରୀ ଗାର୍ଡେନ ଓ ହେଙ୍ଗିଂ ଲାଇବ୍ରେରୀ ଉପଯୋଗ କରାଯାଇ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ମଧ୍ୟରେ ରଖାଯାଇ ପାରିବ।

ତେଣୁ ‘ବାଲା’ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଯୋଜନା ପରିକଳ୍ପନା କରାଯାଛି। ନ୍ୟୁଟ୍ରୀ ଗାର୍ଡେନ ଦ୍ୱାରା ବିଦ୍ୟାଳୟ ମଧ୍ୟରେ ଉପୁଜୁଥିବା ପନିପରିବା ମଧ୍ୟାହ୍ନ ଭୋଜନରେ ଉପଯୋଗ କରାଯଆଇ ପାରିବ। ଯାହା ଦ୍ୱାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନ୍ୟୁଟ୍ରୀ ଗାର୍ଡେନ ପ୍ରତି ଆଗ୍ରହ ଦେଖା ଦେବ। ପ୍ରଥମ ପର୍ଯ୍ୟାୟରେ କଲମପୁର ବ୍ଲକର ବିଜମରା ସରକାରୀ ପ୍ରାଥମିକ ବିଦ୍ୟାଳୟ, ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ, ଦୁଲକିବନ୍ଧ, ପ୍ରାଥମିକ ବିଦ୍ୟାଳୟ, ଗୌନ୍ତିଆପଡା ପ୍ରାଥମିକ ବିଦ୍ୟାଳୟ, ମୀନଗୁର, ବଡକୁଟୃ, ଭଇଁରୀ, ମଣ୍ଡଳ, ନୁଆଗାଁ, ଖଣ୍ଡିଡଙ୍ଗରୀଗୁଡା,ପଣ୍ଡିଗାଁ, କଲମପୁର ପ୍ରାଥମିକ ବିଦ୍ୟାଳୟ ସମେତ କଲମପୁର ଦୁର୍ଗାମାଧବ ହାଇସ୍କୁଲ, କୋଟାଗାଁ ସରକାରୀ ଉନ୍ନିତ ବିଦ୍ୟାଳୟ, ଦେପୁର, ଇଛାପୁର, କସାବାହୀ, ଧନପୁର, ହାରାମାଲ, ଟେମରା, ପରୁଆଗୁଡା, ବଙ୍କାପଲା, ପାତ୍ରବସା, ବନ୍ଧକନା ପ୍ରମୁଖ ୨୪ ଗୋଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories