www.samajalive.in
Saturday, December 13, 2025
26.1 C
Bhubaneswar

୨ ବାର୍ହା ଜବତ, ଜଣେ ଅଭିଯୁକ୍ତ ଗିରଫ

ବୌଦ୍ଧ: ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲୀ ଜୀବଜନ୍ତୁଙ୍କ ସୁରକ୍ଷା ଓ ସ୍ୱାଧୀନତା ପ୍ରତି ବନ ବିଭାଗ ଗୁରୁତ୍ୱ ଦେଇ ଆସୁଛି।ଏହି ପରିପ୍ରେକ୍ଷୀରେ କଣ୍ଟାମାଲ ବନ ବିଭାଗ ତତ୍ପରତା ଦେଖାଇଛି। କଣ୍ଟାମାଲ ରେଞ୍ଜ ନାରାୟନପ୍ରସାଦ ସେକ୍ସନ ଭଟ୍ଟାଗୋରାର ଡୋଳମଣି ଭୋଇ (୩୬) ଦୁଇ ପଟ ଜଙ୍ଗଲୀ ବାର୍ହାକୁ ଘରେ ରଖିଥିବା ରେଞ୍ଜ ଅଧିକାରୀ କ୍ଷୀରାଦ୍ଧି ପ୍ରଧାନ କୌଣସି ସୂତ୍ରରୁ ଖବର ପାଇଥିଲେ। ଆଜି ସକାଳ ପ୍ରାୟ ୬ ଟା ବେଳେ ରେଞ୍ଜ ଅଫିସର ପ୍ରଧାନ, ନାରାୟଣ ପ୍ରସାଦ ସେକ୍ସନ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ବନପାଳ ଦେବକାନ୍ତ ବେହେରା, ମନମୁଣ୍ଡା ବନପାଳ ପ୍ରକାଶ ଚନ୍ଦ୍ର ସେଠି ଓ ଅନ୍ୟ ବନ କର୍ମଚାରୀଙ୍କ ସହ ଡୋଲାମଣିଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉରେ ତାଙ୍କ ଘରୁ ଦୁଇପାଟ ଜୀବନ୍ତ ଜଙ୍ଗଲୀ ବାର୍ହା ଧରି ଜବତ କରିବା ସହ ଅଭିଯୁକ୍ତ ଡୋଲାମଣିକୁ ଗିରଫ କରିଥିଲେ। ଜଙ୍ଗଲୀ ଜୀବଜନ୍ତୁ ସୁରକ୍ଷା ସିଡୁଲ ୩ ଅନୁଯାୟୀ ରେଞ୍ଜରେ ଏକ ମାମଲା ନଂ ୧୧୯/କେ/୨୨-୨୩ ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। କେହି ଜଙ୍ଗଲୀ ଜୀବଜନ୍ତୁ ଲୁକ୍କାୟିତ ଭାବେ ଘରେ ରଖିଥିଲେ ସୁରକ୍ଷିତ ପ୍ରକାରେ ସେମାନଙ୍କୁ ଜଙ୍ଗଲରେ ଛାଡି ସେମାନଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବାକୁ ଏବଂ ଜୀବଜନ୍ତୁ ଶିକାର ନ କରିବାକୁ ନିବେଦନ କରିଛନ୍ତି ଅନ୍ୟଥା ଧରାପଡିଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ରେଞ୍ଜ ଅଧିକାରୀ ସତର୍କ କରିଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories