www.samajalive.in
Sunday, December 14, 2025
16.1 C
Bhubaneswar

ରାଣିପଦର ଗାଁକୁ ଯାଇ ଲୋକଙ୍କ ଦୁଃଖ ବୁଝିଲେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ

କଲ୍ୟାଣସିଂହପୁର:ସୋମବାର ରାଣୀପଦର ଗ୍ରାମବାସୀ ସ୍ବେଛାସେବୀ ସଂଗଠନ ସେବା ସେନାର ପ୍ରତିଷ୍ଠାତା ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ରାଣୀପଦର ଗ୍ରାମବାସୀ କଲ୍ୟାଣସିଂହପୁର ବ୍ଲକ କାର୍ୟ୍ୟାଳୟକୁ ଆସି ଗାଁର ବିଭିନ୍ନ ସମସ୍ୟାକୁ ନେଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଆଜି ଏବିଡ଼ିଓ, ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଏହି ଅଞ୍ଚଳ ଗସ୍ତ କରିଥିଲେ। ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ର ରାଣୀପଦର ଗାଁକୁ ଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଥିଲେ। ସେମାନଙ୍କ ଦୁଃଖ ଦେଖିବା ପରେ ପାହାଡ଼ ପାଖରେ ସୁରକ୍ଷା ପାଚେରୀ ନିର୍ମାଣ ସହ ଡଗୱେଲ ଖନନ କରିବା ପାଇଁ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଆର୍‌ଡି ବିଭାଗ ସହିତ କଥାବାର୍ତ୍ତା ହୋଇଥିଲେ। ଗ୍ରାମରେ ବସବାସ କରୁଥିବା ୨୮ଟି ପରିବାର ଘର ମଧ୍ୟରୁ ପ୍ରାୟ ୧୬ଟି ପରିବାରର ଘର ଭିତରୁ ଝର ବାହାରୁଛି। ସରକାରଙ୍କ ଠାରୁ ଘର ପ୍ରଦାନ ନିମନ୍ତେ ନିର୍ଦେଶ ଆସିଲେ ଏହି ଗ୍ରାମବାସୀଙ୍କୁ ପ୍ରଥମେ ଘରପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଏବିଡ଼ିଓ ବଳରାମ ପାତ୍ର ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇ ଥିଲେ।

ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ଲଗାଣ ବର୍ଷାରେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତର ରାଣୀପଦର ଗାଁରେ ୨୮ ଘର ମଧ୍ୟରୁ ୧୬ଘରର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ହୋଇଥିବା ବେଳେ ବର୍ଷା ପାଣି ଘର ଭିତରୁ ପସି ଆସିବା ସହ ଘର ଭିତରୁ ଝର ବାହାରି ଲୋକଙ୍କ ଘର କାନ୍ଥ ଓଦା ହୋଇ ଯାଇଥିଲା। କେତେବେଳେ ଏହା ପଡ଼ିଗଲେ ପ୍ରାଣ ଚାଲିଯିବା ଭୟରେ ଲୋକ ନିଜ ଘର ଛାଡ଼ି ଗାଁ ରେ ଥିବା ଅନ୍ୟଘରେ ଆଉ କିଛି ଜଣ ବାରଣ୍ଡାରେ ଆଶ୍ରୟ ନେଉଥିବା ବେଳେ ରୋଷେଇ ବାସ ଘରେ ନ କରି ବାହାରେ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗାଁ ଠାରୁ ଅନ୍ୟତ୍ର ଯିବାକୁ ହେଲେ ଗାଁ ନିକଟସ୍ଥ ଏକ ନାଳ ଅତିକ୍ରମ କରି ଯିବାକୁ ପଡୁଛି, ତାହାବି ବର୍ଷା ଦିନ ଆସିଲେ ନାଳ ପାଣି ବଢ଼ିଗଲେ ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଗଗନ ପାଲକା, ଜିଆର୍ ଏସ ତପନ ଗୌଡ଼, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories