www.samajalive.in
Saturday, December 13, 2025
26.1 C
Bhubaneswar

ସାବତ ମା’ କୁ ଲୁହା ଛଡ଼ରେ ଆକ୍ରମଣକରି ଯୁବକ ଗିରଫ

ପାଟଣା – ପାଟଣା ଥାନା ଅନ୍ତର୍ଗତ ଦିଗପଶି ପଞ୍ଚାୟତ ଶଙ୍ଖାସୁର ଗ୍ରାମର ପୁରନ୍ଦର ତନ୍ତୀ(୩୮)ନାମକ ଜଣେ ବ୍ୟକ୍ତି ନିଜର ବିଧବା ସାବତ ମାଆ କନକ ଲତା ତନ୍ତୀ (୬୨)କୁ ଗତକାଲି ଲୁହା ରଡ଼ରେ ପିଟି ପିଟି ତାଙ୍କର ହାତଗୋଡ଼ ଭାଙ୍ଗି ଥିବା ଥାନାରେ ଅଭିଯୋଗ ହୋଇଛି।

ସାହାରପଡା ଫାଣ୍ଡି ଏଏସଆଇ ଶିବପ୍ରସାଦ ଆଇଚ ଘଟଣାର ତଦନ୍ତ କରିବା ସହ ଆଜି ପୁରନ୍ଦର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଦୁଷ୍ଟ ପ୍ରକୃତିର ପୁରନ୍ଦରଙ୍କ ଭୟରେ ସାବତ ମାଆ କନକ ଲତା ନିଜ ଘର ଠାରୁ ୧ କିମି ଦୂର ଗ୍ରାମରୋଜଗାର ସେବକ ଥିବା ଦିଲ୍ଲୀପ ତନ୍ତୀଙ୍କ ଘରେ ରହୁଛନ୍ତି । ଗତକାଲି କେହି ନଥିବା ସମୟରେ ପୁରନ୍ଦର ସେଠାକୁ ଯାଇ ସାବତ ମାଆ କନକ ଲତାକୁ ଲୁହାରଡ଼ ରେ ପିଟିବା ଫଳରେ ତାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ରେ ଗଭୀର ଆଘାତ ହୋଇଥିବା ଓ ସେ ଚିକିତ୍ସାଧୀନ ଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories