www.samajalive.in
Sunday, December 14, 2025
14.1 C
Bhubaneswar

ଆଧାର ନମ୍ବର ସହ ଭୋଟର ପରିଚୟପତ୍ର ସଂଲଗ୍ନ ପାଇଁ ସଚେତନତା ଶିବିର

ରେଙ୍ଗାଲିକ୍ୟାମ୍ପ: ଭ୍ରଷ୍ଟାଚାର ଓ ଜାଲିଆତିକୁ ରୋକିବା ପାଇଁ ଏବେ ସରକାରଙ୍କ ନୂଆଁ ଯୋଜନା ଅନୁଯାୟୀ ଆଧାର ନମ୍ବର ସହ ସଂଲଗ୍ନ ଭୋଟର ପରିଚୟପତ୍ର ସଂଲଗ୍ନ କରାଯିବ। ଅନେକ ଲୋକ ବିଭିନ୍ନ ସ୍ଥାନରେ ଅନେକ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ଭିନ୍ନ ଭିନ୍ନ ନାମରେ ତିଆରି କରି ବିଭିନ୍ନ ପ୍ରକାର ଭ୍ରଷ୍ଟାଚାର, ଠକେଇ ଆଦି କାମରେ ଲିପ୍ତ ରହୁଛନ୍ତି। ଯାହା ଫଳରେ ଅନେକ ନିରୀହ ଲୋକ ଠକେଇରେ ପଡ଼ୁଛନ୍ତି। ଅନେକ ପ୍ରକାର ଚୋରି ଡକାୟତି ମଧ୍ୟ ବୃଦ୍ଧି ପାଉଛି। ଭୋଟ ସମୟରେ ମଧ୍ୟ ଭୋଟର ତାଲିକାରେ ଜଣେ ବ୍ୟକ୍ତିଙ୍କ ନାମ ଭିନ୍ନ ଭିନ୍ନ ସ୍ଥାନରେ ରହିଥିବା ଦେଖିବାକୁ ମିଳୁଛି ।ଏହାକୁ ରୋକିବା ପାଇଁ ଏହି ଯୋଜନା କାର୍ୟ୍ୟକାରୀ କରାଯାଉଛି । ଏ ନେଇ ଆଜି ଅତାବିରା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶ୍ବିନୀ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ମୂଳକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ଼ ଅତିରିକ୍ତ ଜିଲାପାଳ ସଦାକର କୁମ୍ଭାର ଓ କନିଷ୍ଠ ସହାୟକ ରାଜସ୍ବ ଅଧିକାରୀ ପ୍ରେମସାଗର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ମୋବାଇଲରେ ନିଜର ଆଧାର ନମ୍ବର ଭୋଟର ପରିଚୟପତ୍ର କୁ କିପରି ସଂଲଗ୍ନ କରିପାରିବେ ସେ ବିଷୟରେ ତାଲିମ ଦେବା ସହ ସାବାଳକ ଭୋଟ ଦେବାର ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ। ଏଥିପାଇଁ ପ୍ରଥମେ ମୋବାଇଲରେ ଗୋଟିଏ ଆପ୍ ଖୋଲାଯାଇ ଫର୍ମ ନଂ ୬ ଓ ଫର୍ମ ନଂ ୮ କୁ ପୁରଣ କରାଯାଏ। ଏହି ଫର୍ମ ପୁରାଣ କଲାପରେ ଆପେ ଆପେ ଉଭୟ କାର୍ଡ ସଂଲଗ୍ନ ହୋଇଯିବ। ଫର୍ମ ନଂ ୬ ଟି ୧୮ ବର୍ଷର ବାଳକ ବାଳିକା ମାନେ ନୂତନ ଭାବରେ ସାବାଳକ ଭୋଟ ବ୍ୟବସ୍ଥାରେ ନିଜକୁ ସାମିଲ କରିପାରିବେ ବୋଲି ସେ କହିଥିଲେ। ଏହାପରେ ପାହାରଶ୍ରିଗିଡା, ଲରମ୍ଭା ଆଦି ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ତାଲିମ ପ୍ରାପ୍ତ ଅଙ୍ଗନୱାଡି କର୍ମୀ ଓ ପ୍ରାଥମିକ ଶିକ୍ଷକମାନେ ମଧ୍ୟ ଘର ଘର ବୁଲି ‘ଗରୁଡ଼’ ଆପ ଡାଉନଲୋଡ କରି ସମସ୍ତେ ନିଜ ନିଜର ଆଧାର କାର୍ଡ ଓ ଭୋଟର କାର୍ଡ କୁ ସଂଲଗ୍ନ କରିପାରିବେ ବୋଲି ଲୋକଙ୍କୁ ବୁଝେଇବା ସହ ଏହି କାମରେ ତାଙ୍କୁ ସାହାଯ୍ୟ କରୁଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories