www.samajalive.in
Saturday, December 13, 2025
26.1 C
Bhubaneswar

ଝୋରଡି ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଅଘଟଣ; ଛାତ୍ରଙ୍କ ଆକ୍ରମଣରେ ଛାତ୍ର ମୃତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ନିକଟସ୍ଥ ଝୋରଡି ଆଶ୍ରମ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ମିଳିଛି। ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଝଲେଇଗୁଡା ଗ୍ରାମର ଗୋବିନ୍ଦ ତୋଇକାଙ୍କ ଅନ୍ୟ ଜଣେ ଛାତ୍ରଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି।  ପ୍ରତିଦିନ ଭଳି ବିଦ୍ୟାଳୟରେ ପାଠପଢ଼ା ସାରି ନିଜ ରୁମକୁ ଯିବା ସମୟରେ ଉକ୍ତ ବିଦ୍ୟାଳୟର ଜଣେ ଛାତ୍ର ଗୋବିନ୍ଦ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା। ଖବରପାଇ ବିଦ୍ୟାଳୟ ଶିକ୍ଷକ ପ୍ରଥମେ ରାମନାଗୁଡା ପ୍ରାଥମିକ ଚିକିତ୍ସା କରିବା ସହ ପରବର୍ତ୍ତୀ ସମୟରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଗୋବିନ୍ଦର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଆଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ ଦାୟିତ୍ଵ ନିର୍ବାହ କରୁଥିବା ଶିକ୍ଷକଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ସେହିପରି ଦାୟିତ୍ଵରେ ଥିବା ଶିକ୍ଷକ ଅଶୋକ ପ୍ରାଣୀଗ୍ରାହୀ ଘରକୁ ଚାଲିଯାଉଥିବା ସହ ପ୍ରଧାନ ଶିକ୍ଷକ ଅଫିସ କାମ କହି ଘରକୁ ଚାଲି ଯାଉଥିବା ଅଭିଭାବକମାନେ କହିଛନ୍ତି। ଏ ସମ୍ପର୍କରେ ଝୋରଡି ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମିଶାଲଙ୍କୁ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ବ୍ୟବହାର କରିବା ସହ ଏହି ଘଟଣାକୁ ହାଲୁକାରେ ନେବା ସହ ଏଭଳି କିଛି ହୋଇନାହିଁ ଆପଣମାନେ ଏହାକୁ ବଡ କରୁଛନ୍ତି ବୋଲି କହିଛନ୍ତି ‌। ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ହାତଗୁଞ୍ଜା ଦେଇ ଏହାକୁ ଚାପିଦେବାକୁ ଉଦ୍ୟମ କରୁଥିବା ସହ ଏନେଇ ଗୋବିନ୍ଦ ପରିବାରଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories