ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ
ବାବୁସାନ-ପ୍ରକୃତି-ତୃପ୍ତି ତ୍ରିକୋଣୀୟ ପ୍ରେମ ମାମଲାରେ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର.. ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ସୂଚନା..
ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର! ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି.. ରାଜୁଙ୍କ ମସ୍ତିଷ୍କରେ ହୋଇଥିବା ସଂକ୍ରମଣ ଧିରେ ଧିରେ କମୁଛି.. ଯେଉଁଥିପାଇଁ ଡାକ୍ତରୀ ଦଳ ବର୍ତ୍ତମାନ ଭେଣ୍ଟିଲେଟର ସହାୟତା କମାଇବାକୁ ଚିନ୍ତା କରୁଛନ୍ତି..
ଆରପାରିରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍..ସୋମବାର ରାତିରେ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ସୂଚନା..
ଶିକ୍ଷକ ନିଯୁକ୍ତିକୁ ନେଇ ତାତିଛି ପାଟନା .. ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତିକୁ ନେଇ ଚାଲିଥିବା ବିରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍ ସହରର ୩ଟି ସ୍ଥାନରେ ଜାରି କରିଛନ୍ତି ୧୪୪ ଧାରା .. ଗାନ୍ଧି ମଇଦାନ, ଜେପି ଗୋଲଂବର ଓ ଡାକବଙ୍ଗଳା ଛକରେ ୩ ଦିନ ପାଇଁ ୧୪୪ ଧାରା ଜାରି ହୋଇଛି..
ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର… ହେଲେ ଟଳିନି ବିପଦ.. ପାଣିରେ ବୁଡ଼ି ରହିଛି ବାଲେଶ୍ୱରର ୧୫୧ ଗାଁ…. ୪ଟି ବ୍ଲକରେ ହୋଇଛି ବ୍ୟାପକ କ୍ଷୟକ୍ଷତି… ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ… ଖାଦ୍ୟ ଓ ପାଣି ପାଇଁ ଏବି ବି ହେଉଛନ୍ତି ଡହଳବିକଳ…
ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ପରେ ପ୍ରଭାବିତ ହେଲା ରେଳସେବା… ଆଜି ପାଇଁ ୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳ ବିଭାଗ… ଉଭୟ ପଟୁ ଟ୍ରେନ୍ ହେଲା ବାତିଲ୍… ଭୁବନେଶ୍ୱର-ହାଓ୍ୱଡା, ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର-ପାରାଦୀପ ସମେତ ଗଡ଼ିବନି ୬ ଟ୍ରେନ୍…
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭,ସଙ୍ଗରୋଧରୁ ୧୨୧,ସ୍ଥାନୀୟ ୮୫..
ନୂଆଦିଲ୍ଲୀ : ଦେଶରେ ଆଉ ୮ ହଜାର ୫୮୬ ଆକ୍ରାନ୍ତ ଚିହ୍ନଟ .. ୪୮ମୃତ.. ମୃତ୍ୟୁ ହାର ୧.୧୯%.. ସକ୍ରିୟ ଆକ୍ରାନ୍ତ ୯୬,୫୦୬ ଚିକିତ୍ସାଧୀନ .. ସକ୍ରିୟ ଆକ୍ରାନ୍ତ ହାର ୦.୨୨%..



