www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶିକ୍ଷକ ନିଯୁକ୍ତିକୁ ନେଇ ତାତିଛି ପାଟନା .. ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତିକୁ ନେଇ ଚାଲିଥିବା ବିରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍‌ ସହରର ୩ଟି ସ୍ଥାନରେ ଜାରି କରିଛନ୍ତି ୧୪୪ ଧାରା ..  ଗାନ୍ଧି ମଇଦାନ, ଜେପି ଗୋଲଂବର ଓ ଡାକବଙ୍ଗଳା ଛକରେ ୩ ଦିନ ପାଇଁ ୧୪୪ ଧାରା ଜାରି ହୋଇଛି..

ଆଜି ବି ଭିଜିବ ଓଡ଼ିଶା… ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷିବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଉତ୍ତର ଉପକୂଳର ଗୋଟିଏ ଦୁଇଟି ସ୍ଥାନରେ କାଚିବ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

- Advertisement -

ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର… ହେଲେ ଟଳିନି ବିପଦ.. ପାଣିରେ ବୁଡ଼ି ରହିଛି ବାଲେଶ୍ୱରର ୧୫୧ ଗାଁ…. ୪ଟି ବ୍ଲକରେ ହୋଇଛି ବ୍ୟାପକ କ୍ଷୟକ୍ଷତି… ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ… ଖାଦ୍ୟ ଓ ପାଣି ପାଇଁ ଏବି ବି ହେଉଛନ୍ତି ଡହଳବିକଳ…

ଉଦଳା ନିକଟସ୍ଥ ରାଇଡିହି ଗାଁରେ ଅଘଟଣ… ବର୍ଷା ଯୋଗୁ କଚ୍ଚାଘର କାନ୍ଥ ଭୁଶୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ… ଉଭୟ ମୃତ ଭାଇଭଉଣୀ ନାବାଳକ… ଭାଇର ବୟସ ୬ ଓ ଭଉଣୀର ବୟସ ୧୦ ବର୍ଷ… ରାତିରେ ମା’ ପାଖରେ ଶୋଇଥିବା ବେଳେ ଘଟିଲା ଦୁର୍ଘଟଣା…

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ପରେ ପ୍ରଭାବିତ ହେଲା ରେଳସେବା… ଆଜି ପାଇଁ ୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳ ବିଭାଗ… ଉଭୟ ପଟୁ ଟ୍ରେନ୍‌ ହେଲା ବାତିଲ୍‌… ଭୁବନେଶ୍ୱର-ହାଓ୍ୱଡା, ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର-ପାରାଦୀପ ସମେତ ଗଡ଼ିବନି ୬ ଟ୍ରେନ୍‌…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭,ସଙ୍ଗରୋଧରୁ ୧୨୧,ସ୍ଥାନୀୟ ୮୫..

ନୂଆଦିଲ୍ଲୀ : ଦେଶରେ ଆଉ ୮ ହଜାର ୫୮୬ ଆକ୍ରାନ୍ତ ଚିହ୍ନଟ ..  ୪୮ମୃତ.. ମୃତ୍ୟୁ ହାର ୧.୧୯%.. ସକ୍ରିୟ ଆକ୍ରାନ୍ତ ୯୬,୫୦୬ ଚିକିତ୍ସାଧୀନ .. ସକ୍ରିୟ ଆକ୍ରାନ୍ତ ହାର ୦.୨୨%..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories