www.samajalive.in
Saturday, December 13, 2025
21.1 C
Bhubaneswar

ମହିଳା ସ୍ନାତକ ମହାବିଦ୍ୟାଳୟ ଭୋଟର ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର: ଜିଲ। ପ୍ରଶାସନ ତଥା ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂଯୋଜିକା ଡଃ ସଂଯୁକ୍ତା ପଣ୍ଡା ସ୍ବାଗତ ଅଭିଭାଷଣ ରଖି ଭୋଟ ଦାନର ଆବଶ୍ୟକତା ସମ୍ପର୍କରେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରି ସାହୁ ସଭାପତିତ୍ବ କରି ଭାରତୀୟ ନାଗରିକ ଭାବେ  ସମସ୍ତେ ଭୋଟ ଦେବାକୁ କହିଥିଲେ । ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଛାତ୍ରୀ ମାନଙ୍କୁ ନାଗରିକତା ଅଧିକାର ଓ ନୂତନ ଭୋଟ ପରିଚୟ ପତ୍ର ପାଇବା ପାଇଁ ଅନଲାଇନ୍ ଆପ୍ ବିଷୟରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ। ଶେଷରେ ଜାତୀୟ ସେବା ଯୋଜନାର କ।ର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ର ଭୋଟ ଦାନର ମହତ୍ଵ ବିଷୟରେ ସୁଚାଇଥିଲେ । ଅଧ୍ୟାପିକା  ତାରାନୁମ୍ ଆରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories