www.samajalive.in
Saturday, December 13, 2025
26.1 C
Bhubaneswar

ବିଡିଓଙ୍କ ଉଦ୍ଦେଶ୍ୟରେ ‘ଗାଁ ସାଥୀ ସଂଘ’ର ଦାବି ପତ୍ର 

ପାଟଣା: ଗାଁ ସାଥୀ (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ସଭାପତି ସୁଦର୍ଶନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଟଣା ବ୍ଲଜ ମନରେଗା ସଭଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ମନରେଗା କାର୍ଯ୍ୟରେ ମେଟ ମାନଙ୍କୁ ସମସ୍ତ ଲାଇନ ବିଭାଗ ବାର୍ଷିକ ଶହେ ଦିନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରେମଚାନ୍ଦ ଚୌଧୁରୀ ନିର୍ଦେଶକ ସ୍ଵତନ୍ତ୍ର ପ୍ରକଳ୍ପଙ୍କ ଚିଠି ନମ୍ବର ୯୪୦ ତା ୧୧/ ୦୨/୨୦୧୯ ଓ ଅରିନ୍ଦମ ଡାକୁଆ ନିର୍ଦେଶକ ସ୍ଵତନ୍ତ୍ର ପ୍ରକଳ୍ପଙ୍କ ଚିଠି ନମ୍ବର ୨୯୪୦ ତା ୧୧/ ୦୨ /୨୦୨୧ ଓ ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ କେନ୍ଦୁଝର ଚିଠି ନମ୍ବର ୧୧୦ ତା ୨୮/୧/୨୦୨୦ ମାଧ୍ୟମ ରେ ସମସ୍ତ ବିଭାଗକୁ ଜଣାଇଥିଲେ ସୁଦ୍ଧା ମେଟ ମାନଙ୍କୁ ନିୟୋଜିତ ନକରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣା ଜଙ୍ଗଲ ସାଥୀ, କୃଷକ ସାଥୀ, ଉଦ୍ୟାନ ସାଥୀ, ସାଧାରଣ ବ୍ୟକ୍ତିଙ୍କ ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମରେ ପଞ୍ଜୀକରଣ କରୁଥିବାରୁ ବୈଠକରେ ଘୋର ଉଦବେଗ ପ୍ରକାଶ ପାଇଥିଲା ।

ମେଟ ବ୍ୟତୀତ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପଞ୍ଜୀକରଣ ରଦ୍ଧ କରାଯିବା  ଓ ମେଟ ମାନଙ୍କୁ ନିୟୋଜିତ କରାଯିବା ନିମନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣାଙ୍କ ଅନୁପସ୍ଥିତିରେ ମନରେଗା ସହ ଅଧିକାରୀ ଲକ୍ଷ୍ମଣ କୁମାର ପୃଷ୍ଟିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସମ୍ପାଦକ ଅଜିତ କୁମାର ମହାନ୍ତ, ଘସିପୁରା ବ୍ଲକ ଉପଦେଷ୍ଟା ଅଣାକର ବାବୁ , ନିରୁପମା ଟୁଡୁ ,ରମେଶ  ଚନ୍ଦ୍ର ମହାନ୍ତ ,ମୋହନ ଚରଣ ମହାନ୍ତ, ଲଷ୍ମୀଧର ମହାନ୍ତ, ରବୀନ୍ଦ୍ର ନାଏକ, ଅମ୍ବିକା ନାଏକଙ୍କ ସହ ଶତାଧିକ ମେଟ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

- Advertisement -

 

 

 

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories