www.samajalive.in
Saturday, December 13, 2025
26.1 C
Bhubaneswar

ଶୁଖୁନି ପାଣି: ୪୮ଘଣ୍ଟା ପରେ ବି ଜଳବନ୍ଦୀ

କଟକ : ‘ତିତ୍‍ଲି’ ପ୍ରଭାବରେ ଅହେତୁକ ବର୍ଷା ହେବା ଯୋଗୁଁ ସହରରେ ଜଳାର୍ଣ୍ଣବ ପରିସ୍ଥିତି ଉପୁଜିଛି। ୪୮ ଘଣ୍ଟା ପରେ ମଧ୍ୟ କଟକ ମହାନଗର ନିଗମ (ସିଏମ୍‍ସି) ସହରରୁ ବର୍ଷାଜଳ ନିଷ୍କାସନ କରିବାରେ ସଫଳ ହୋଇପାରି ନାହିଁ। ଅନେକ ଅଞ୍ଚଳରେ ଡ୍ରେନ୍‍ରେ ପାଣି ନିଷ୍କାସିତ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଏପଟେ କାଁ ଭାଁ କେତେକ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରାଯାଉଥିଲେ ମଧ୍ୟ ବସ୍ତି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପଦକ୍ଷେପ ନିଆଯାଇ ନାହିଁ। ନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ପକାଯିବା କିମ୍ବା ସେମାନଙ୍କୁ ସଚେତନ କରିବାକୁ ଉଦ୍ୟମ ଆରମ୍ଭ ହୋଇ ନାହିଁ; ଫଳରେ ଝାଡ଼ାବାନ୍ତି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୦ରୁ ଊର୍ଦ୍ଧ୍ବ ମୋଟର ପମ୍ପ ଲଗାଯାଇଥିବା ସିଏମ୍‍ସି କର୍ତ୍ତୃପକ୍ଷ କହୁଥିବା ବେଳେ ଉକ୍ତ ପମ୍ପରୁ ଅଧିକାଂଶ କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି। ସହରରେ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ; ଯଦ୍ଦ୍ୱାରା ସାମାନ୍ୟ ବର୍ଷାରେ ସହର ଉବୁଟୁବୁ ହେଉଛି।
ନିଗମ ଅନ୍ତର୍ଗତ ଏମ୍‍ଏସ୍‍ଡବ୍ଲୁ-୧ ଓ ଏମ୍‍ଏସ୍‍ଡବ୍ଲୁ-୨ ଡ୍ରେନ୍‍ ନିର୍ମାଣ ଅଧାପନ୍ତରିଆ ହୋଇପଡ଼ିଛି। ସହରର ସର୍ଫେସ୍‍ ବା ଛୋଟ ବଡ଼ ଡ୍ରେନ୍‍ଗୁଡ଼ିକରେ ପଙ୍କ ଭର୍ତ୍ତି ହୋଇ ରହିଛି। ସେହିପରି ପ୍ଲାଷ୍ଟିକ୍‍ଜାତ ସାମଗ୍ରୀ ଓ ଜରି ବିପୁଳ ପରିମାଣରେ ଜମି ରହିଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁଁ ସହରରୁ ଠିକ ଭାବେ ଉଦ୍‍ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇ ପାରୁନାହିଁ। ଗୋଟିଏ ପକ୍ଷରେ ଜାଇକା କର୍ତ୍ତୃପକ୍ଷ ମୁଖ୍ୟ ଡ୍ରେନ୍‍ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରୁ ନାହାନ୍ତି କି ସିଏମ୍‍ସି ଡ୍ରେନ୍‍ରୁ ସଫେଇ କରୁ ନାହିଁ। ସଫେଇ ନାମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଜଳବନ୍ଦୀ ସମସ୍ୟାର ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁ ନାହିଁ। ଏପଟେ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ ମାଷ୍ଟର ପ୍ଲାନ୍‍ ପ୍ରସ୍ତୁତ ହୋଇଥିଲା। ଏହା ଏବେ ଶୀତଳଭଣ୍ଡାରରେ ପଡ଼ିଛି। ନିଗମରେ ମାଳମାଳ ଯନ୍ତ୍ରୀ ଥିଲେ ସୁଦ୍ଧା ଡ୍ରେନ୍‍ ବ୍ୟବସ୍ଥାକୁ ସୁଧାରି ନ ପାରିବା ନିଗମ କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଜୁଲାଇ ୨୧ ଜଳବନ୍ଦୀ ପରେ ମହାନଗର ନିଗମରେ ଥିବା ଡ୍ରେନ୍‍ଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରିବା ସହିତ ଜମିଥିବା ଆବର୍ଜନାକୁ ଯୁଦ୍ଧକାଳୀନଭିତ୍ତିରେ ସଫେଇ କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଥିଲା; ତାହା କେବଳ କାଗଜରେ ସୀମିତ ହୋଇ ରହିଛି। ମେରିଆ ବଜାର ମଙ୍ଗରାଜ କଲୋନୀର ପୁଷ୍ପିତା ମହାପାତ୍ର କହିଛନ୍ତି ଯେ ମହାନଗର ନିଗମ କି ପ୍ରଶାସନ ସ୍ଥାଣୁ ପାଲଟିଛନ୍ତି। ୪୮ ଘଣ୍ଟା ବିତିଗଲାଣି; କିନ୍ତୁ ଏଠାରେ ପାଣି କମିବାର ନାଁ ଧରୁନି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପ୍ରଶାସନ ନୀରବ। କୌଣସି ସହଯୋଗ ଏ ପର୍ଯ୍ୟନ୍ତ ମିଳିଲାନି। କର୍ପୋରେଟର ଗିରିବାଳା ବେହେରା କହନ୍ତି ସିଏମ୍‍ସି କି ପ୍ରଶାସନ ଜଳବନ୍ଦୀ ପାଇଁ ଆଦୌ ସଜାଗ ନ ଥିଲା। ନିଗମର ଅବହେଳା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଶୁଣିବାକୁ କେହି ନାହିଁ। ଖାଲି ମୋଟରପମ୍ପ ଲଗାଇ ଦେଲେ ହେବ ନାହିଁ; ଜଳବନ୍ଦୀର ମୁଖ୍ୟ ସମସ୍ୟାକୁ ଦୂର କରିବା ଦରକାର। ନିଗମ ମୋଟର ପମ୍ପ ସମେତ ଅଗ୍ନିନିର୍ବାପକ କାର୍ଯ୍ୟାଳୟରୁ ମୋଟର ପମ୍ପ ଅଣାଯାଇ ବର୍ଷାଜଳ ନିଷ୍କାସିତ କରାଯାଉଛି। ଅତ୍ୟଧିକ ବର୍ଷାକୁ ନିୟନ୍ତ୍ରଣ କରିବା କାଠିକର ବିଷୟ। ତଥାପି ଆମେ ପ୍ରତିକାର ବ୍ୟବସ୍ଥା କରିଛୁ। ଯେଉଁ ସ୍ଥାନରେ ପାଣି ଜମିଛି କିଛି ଘଣ୍ଟା ଭିତରେ ନିଷ୍କାସିତ ହୋଇଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories