www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ୟାରେ ପିପିଲି-ଜଟଣୀ ରାସ୍ତା କ୍ଷତିଗ୍ରସ୍ତ

ପିପିଲି : ଦୟାନଦୀର ବନ୍ୟାଜଳରେ ପିପିଲି-ଜଟଣୀ ରାସ୍ତା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ୬ଦିନ କାଳ ପିପିଲି-ଜଟଣୀ ରାସ୍ତା ଉପରେ ପ୍ରବାହିତ ହେବା କାରଣରୁ ଏହି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଥିଲା । ନଦୀରେ ଜଳସ୍ତର ହ୍ରାସ ପାଇବା ପରେ ଏହି ରାସ୍ତାରେ ରବିବାର ରାତିରୁ ବନ୍ୟାଜଳ ପ୍ରବାହ  ବନ୍ଦ ହୋଇଯାଇଛି । ତେବେ ବନ୍ୟାରେ ଏହି ରାସ୍ତାର ବାରିମୂଳ ଦୁର୍ଗାମଣ୍ଡପ ଠାରୁ କଣ୍ଟି ମଧ୍ୟରେ ୩ ଶହ ମିଟରରୁ ଅଧିକ ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରାସ୍ତା ଉପରୁ ପିଚୁ ଉଠି ଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତାର କେତେକାଂଶ ଭାଗ ଧୋଇଯାଇଛି। ବହୁ ସ୍ଥାନରେ ରାସ୍ତା ପାର୍ଶ୍ବ ଧୋଇଯିବା ସହ ସେଠାରେ ବଡ ବଡ ଖାଲ ସୃଷ୍ଟି ହୋଇଛି। ରାସ୍ତା ମଝିରେ ୧୦ରୁ ଉର୍ଦ୍ଧ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଗାଡିମୋଟର ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି । ଅନ୍ଧାର ରାତିରେ ଏହି ରାସ୍ତାରେ ସାଇକେଲ ଠାରୁ ଆରମ୍ଭ କରି ଦୁଇଚକିଆ, ଚାରିଚକିଆ ଓ ବଡ ବଡ ଗାଡିମଟର ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ମାଧିପୁର କାଜରୁ ନିର୍ଗତ ବନ୍ୟାଜଳରେ ମାଧିପୁର ଓ ଭାରତୀପୁର ଠାରେ ମଧ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories