www.samajalive.in
Wednesday, December 10, 2025
14.1 C
Bhubaneswar

ଫୁଲବାଣୀରେ ପୋଖରୀ ସଫେଇ କାର୍ଯ୍ୟ ଆରମ୍ଭ, ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା

ଫୁଲବାଣୀ: ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନିର୍ଦେଶରେ ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀ ଗୁଡିକର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ୟ୍ୟ ଆରମ୍ଭ ହୋଇଛି। ପୌରାଧ୍ୟକ୍ଷା ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ପୋଖରୀ ଗୁଡିକ ସଫେଇ ନ ହୋଇ ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିରହିଥିଲା। ଏସବୁ ପୋଖରୀଗୁଡ଼ିକୁ ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ। ବର୍ତ୍ତମାନ ପୌରାଧ୍ୟକ୍ଷାଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକର ସଫେଇ ଓ ପୁନରୁଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି।

ପୋଖରୀଗୁଡ଼ିକ ଯେଭଳି ପୂର୍ବଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌର ପରିଷଦ ବିଶେଷ ଦୃଷ୍ଟି ଦିଆଯାଉଥିବା ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି କହିଛନ୍ତି। ଏଥିରେ ସେ ସହରବାସିଙ୍କ ସହୋଯୋଗ କାମନା କରିଛନ୍ତି। ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହରକୁ ସବୁଜ ସୁନ୍ଦର ଓ ଆକର୍ଷଣୀୟ ସହର ଭାବେ ପରିଗଣିତ ହୋଇପାରିବ ବୋଲି କହିଛନ୍ତି। ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି। ଦାଇତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ସହରର ରାସ୍ତା, ଡ୍ରେନ, ଆଲୋକ ବ୍ୟବସ୍ଥା, ସଫେଇରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୧ର କାଉନ୍ସିଲର ମୃତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories