www.samajalive.in
Sunday, December 14, 2025
19.1 C
Bhubaneswar

ଲାଞ୍ଜିଗଡରେ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଆଜି ଲାଞ୍ଜିଗଡ ବ୍ଲକରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଲାଞ୍ଜିଗଡ ବ୍ଲକରେ ଲଗାଣ ବର୍ଷା କମିଗଲା ହେଲେ ଲୋକଙ୍କ ସମସ୍ୟା ଲାଗି ରହିଛି ଓ ଅନେକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ବାଲିଚର ହେବା ଦ୍ୱାରା ଚାଷକାମରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଅନେକ ଗରିବଙ୍କ ମାଟିଘର ଭାଙ୍ଗି ଯାଇଛି ଓ ସେମାନେ ରହିବା ପାଇଁ ଜାଗା ନାହିଁ । ସେମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏମିତିକି ପ୍ରଶାସନ ପକ୍ଷରୁ ପଲିଥିନ ଖଣ୍ଡିଏ ମଧ୍ୟ ପ୍ରଦାନ କରାଯାଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ପଞ୍ଚାୟତର ଉନ୍ନତି କରଣ ପାଇଁ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ନିର୍ବାହି ଅଧିକାରୀ, ଯନ୍ତ୍ରୀ, ଗ୍ରାମରୋଜଗାର ସେବକ, ଯୋଗାଣ ସହାୟକ ନିଯୁକ୍ତ ଅଛନ୍ତି ହେଲେ ସେମାନଙ୍କ ମନମୁଖି କାର୍ୟ୍ୟକଳାପ ଯୋଗୁଁ ଉନ୍ନୟନ କାମରେ ବାଧାସୃଷ୍ଟି ହେଉଛି ବୋଲି ଜିଲାପାଳଙ୍କ ଠାରେ କିଛି ସରପଞ୍ଚ ଅଭିଯୋଗ କରିଥିଲେ। ଲାଞ୍ଜିଗଡ ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଏହି ବ୍ଲକରେ ରହିବା କଥା ହେଲେ ସେ ଜିଲ୍ଲା ମହକୁମା ଭବାନୀପାଟଣାରେ ରହୁଥିବାରୁ ଉନ୍ନୟନ ମୁଳକ କାମରେ ବାଧାସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଥିଲା।

ସେହିଭଳି ବ୍ଲକରେ ଅନେକ ଗୁଡିଏ ଅପହଞ୍ଚ ଗାଁକୁ ମୌଳିକ ସୁବିଧା ପ୍ରଦାନ ପାଇଁ କୌଣସି ବିଭାଗର ଅଧିକାରୀ ଧ୍ୟାନ ଦେଉନାହାନ୍ତି। ବ୍ଲକର ୨୬ଗୋଟି ପଞ୍ଚାୟତରେ ଆଜି ମଧ୍ୟ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଇବାରୁ ଅନେକ ଲୋକ ବଞ୍ଚିତ ରହିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ସଭାପତିତ୍ୱରେ ଏହି ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଅହି ଅଭିଯୋଗ ଶୁଣାଣିରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାସ ଜି,ଏଡିଏମ୍ ସୁଶାନ୍ତ କୁମାର ପଟେଲ, ଉପ ଜିଲାପାଳ ବିଶ୍ୱରଞ୍ଜନ ଦାସ, ପିଏ ଆଟିଡିଏ ବିରଞ୍ଚି ନାରାୟଣ ଦରୱାନ, ସିଡିଏମଓ ରଞ୍ଜନ କୁମାର ମିଶ୍ର, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଁଙ୍ଗା, ଏବିଡିଓ ବିଭୁତି ଭୁଷଣ ଶତପଥି, ଯନ୍ତ୍ରୀ ପିତାମ୍ବର ହେମରମ୍ବ, ସ୍ମିତା ବିଶ୍ୱାଳ,ଯୋଗାଣ ସହାୟକ ଦେବିଲାଲ ସାହୁ, ଗ୍ରାମରୋଜଗାର ସେବକ ଭଗବତ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣିରେ ୪୫୦ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories