www.samajalive.in
Sunday, December 14, 2025
19.1 C
Bhubaneswar

ଛାଡ଼ିଛି ବର୍ଷା ବଢ଼ୁଛି ଦୁର୍ଦ୍ଦଶା; ବଢ଼ିଲାଣି ବୈତରଣୀ, ଫୁଲିଲାଣି ସୁବର୍ଣ୍ଣରେଖା

ଭୁବନେଶ୍ୱର: ରାଜ୍ୟରେ ଛାଡ଼ିଛି ବର୍ଷା ହେଲେ ବଢ଼ୁଛି ବନ୍ୟା ଦୁର୍ଦ୍ଦଶା । ବନ୍ୟାପାଣି ଘେରରେ ରାଜ୍ୟର ଅନେକ ଜିଲ୍ଲାରେ ଲୋକେ ଏବେି ଫସିରହିଛନ୍ତି । ଆଉ ଏତିକିବେଳେ ପୁଣି ଫୁଲିଲାଣି ସୁବର୍ଣ୍ଣରେଖା ନଦୀ । ରାଜଘାଟ ଓ ଜାମଶୋଳାରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖାର ଜଳ ପ୍ରବାହିତ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ରାଜଘାଟରେ ୧୧.୯୦ ମିଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଜାମଶୋଳାରେ ୫୦.୭୭ ଫୁଟ ପାଣି ପ୍ରବାହିତ ହେଉଥିବା କୁହାଯାଇଛି । ଖାଲି ସେତିକି ନୁହେଁ ବୈତରଣୀର ଜଳସ୍ତର ମଧ୍ୟ ବଢ଼ିବାକୁ ଲାଗିଲାଣି । ଆଖୁଆପଦା ନିକଟରେ ଧୀରେଧୀ​‌ରେ ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ଟପି ୧୮.୨୬ଫୁଟ ପ୍ରବାହିତ ହେଉଛି । ଆଖୁଆପଦାରେ ବିପଦ ସଂକେତ ୧୭.୮୩ ଫୁଟ ରହିଛି  । ସେପଟେ ମଥାନୀରେ ବି ଡରାଇଲାଣି ବନ୍ୟାପାଣି । ମଥାନିରେ  ବିପଦ ସଂକେତ ୫.୫୦ ଫୁଟ ରହିଥିବା ବେଳେ ଜଳସ୍ତର ୬.୫୬ ଫୁଟ ରହିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories