www.samajalive.in
Friday, December 12, 2025
27.1 C
Bhubaneswar

୧୦ ଦିନରେ ୫ ଡେଙ୍ଗୁରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦଶ ଦିନ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ବୋଲି ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟେବାର ୧ରୁ ୯ ପର୍ଯ୍ୟନ୍ତ ୨୧,୮୪୦ଜଣ ରୋଗୀଙ୍କ ଡେଙ୍ଗୁରୋଗ ପାଇଁ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪,୧୮୭ଜଣଙ୍କ ରକ୍ତ ନମୁନାରେ ପଜିଟିଭ୍‍ ଆସିଥିଲା। ତେବେ ଏହି ଦଶଦିନ ମଧ୍ୟରେ ଡେଙ୍ଗୁରୋଗୀଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡା.ସ୍ୱପ୍ନେଶ୍ୱର ଗଡ଼ନାୟକ ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା ଜିଲାରେ ସବୁଠାରୁ ଅଧିକ ଡେଙ୍ଗୁରୋଗୀ ରହିଥିବାବେଳେ ଦ୍ୱିତୀୟରେ ଜଗତସିଂହପୁର ଓ ତୃତୀୟ ସ୍ଥାନରେ କଟକ ଜିଲା ରହିଛି। ସେହିପରି ରାୟଗଡ଼ା, ଯାଜପୁର, କେନ୍ଦୁଝର ଓ ପୁରୀ ଜିଲାରେ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ଅପେକ୍ଷା ଅଧିକ ସଂଖ୍ୟାରେ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories