www.samajalive.in
Monday, December 15, 2025
26.1 C
Bhubaneswar

ରାଧାକିଶୋରପୁରରେ ରକ୍ତାଦାନ ଶିବିର ; ୭୫ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ :  ବିଜ୍ଞାନର ଅଗ୍ରଗତି ସତ୍ତ୍ବେ ରକ୍ତର ବିକଳ୍ପ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ । ରକ୍ତଦାତାଙ୍କ ରକ୍ତଦାନ ଦ୍ୱାରା ଗୋଟିଏ ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିଯାଇଥାଏ । ବାସ୍ତବରେ ସ୍ୱେଚ୍ଛାକୃତ ରକ୍ତଦାତା ସମାଜ, ଦେଶ ଓ ଦଶ ପାଇଁ ଶ୍ରେଷ୍ଠ ସେବକ ବୋଲି ରାଧାକିଶୋରପୁର କ୍ରିକେଟ କ୍ଲବର ୨ୟ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ଏହି ମତପ୍ରକାଶ କରି କ୍ଲବର ଏଭଳି ମହନୀୟ କାମ ଯୁବ ସମାଜ ପାଇଁ ଉଦାହରଣୀୟ ବୋଲି କହିଥିଲେ। କ୍ଲବର ସଭାପତି ବିଶ୍ୱ ରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ କଟକ ବଡମେଡିକାଲ ରକ୍ତଭଣ୍ଡାରର ଚିକିତ୍ସକ ଡାକ୍ତର ଶେଷାଂଶୁ ଶତପଥି ଓ କର୍ମଚାରୀମାନେ ଉପସ୍ଥିତ ରହି ୭୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । କ୍ଲବର ସଂପାଦକ ସାଗର କିଶୋର ନାୟକ, ପ୍ରକାଶ ନାୟକ, ସୌମ୍ୟ ରଞ୍ଜନ ବେହେରା, ବସନ୍ତ କୁମାର ସ୍ୱାଇଁ, ସୁନିଲ ବେହେରା ଓ ଗାଁର ମୁରବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories