www.samajalive.in
Sunday, December 14, 2025
26.1 C
Bhubaneswar

ତରଡିଙ୍ଗରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୧୩୪ ୟୁନିଟ ରକ୍ତ ସଂଗ୍ରହ

ଆଠଗଡ :  ଆଠଗଡ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ତରଡିଙ୍ଗ ପଞ୍ଚାୟତର ତରଡିଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଆଜି ପର୍ଯ୍ୟନ୍ତ ବିଜ୍ଞାନ ରକ୍ତର ବିକଳ୍ପ ସୃଷ୍ଟି କରିପାରିନାହିଁ ଏବଂ ଜଣଙ୍କ ଦାନ ରକ୍ତ ଦ୍ୱାରା ଅନ୍ୟ ଜଣଙ୍କର ଜୀବନ ରକ୍ଷା କରାଯାଇ ପାରୁଥିବାରୁ ଯୁବକ, ଛାତ୍ର ଓ ମହିଳାମାନେ ବହୁସଂଖ୍ୟାରେ ରକ୍ତଦାନ କରିବା ପାଇଁ ଆଗେଇ ଆସି ରୋଗୀଙ୍କ ଜୀବନ ରକ୍ଷା କରିବାକୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଥିଲେ।

ଏଥିରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ରକ୍ତଭଣ୍ଡାର ପକ୍ଷରୁ ଯୋଗଦେଇଥିବା ଡାକ୍ତରୀଦଳ ୧୩୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସିଦ୍ଧାନ୍ତ ଦଳାଇ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଶାନ୍ତିଲତା ବେହେରା, ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ପଞ୍ଚାୟତ ସଭାପତି ବଂଶୀଧର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଆଠଗଡ ନଗରପାଳ ସସ୍ମିତା ରାଉତ, ଯୁବ ବିଜେଡି ସଭାପତି ବିନୋଦ ମାଝି, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଜୀବନ ବିନ୍ଦୁର ସଂଯୋଜକ ପ୍ରଦୀପ୍ତ ଦାସ, ଆବାହକ ରାକେଶ ଦାଶ, ପୂର୍ବତନ ସରପଞ୍ଚ ପ୍ରତିମା ମହାନ୍ତି, ଯୁବନେତା ଅଜୟ ଦାଶ, ବିଷ୍ଣୁଚରଣ ଜେନା, ଯୁୁବ ବିଜେଡି ସଭାପତି ଶିବଶଙ୍କର ଜେନା, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories