www.samajalive.in
Sunday, December 14, 2025
26.1 C
Bhubaneswar

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛନ୍ତି। ଅସୁସ୍ଥ ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜିଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜିଲା ମୁଖ୍ୟ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରି ଦଳ ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କୁ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି।

ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ତାଙ୍କୁ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଏହାପରେ ବି ଯଦି କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୁଏ, ତେବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେହ ଖରାପ ଥିବାରୁ ସେ କିଛିଦିନ ହେବ ଖାଇ ନାହାନ୍ତି। ତେବେ କଥାବାର୍ତ୍ତା କରୁଛନ୍ତି। ପରିବାର ଲୋକେ ତାଙ୍କ ନିକଟରେ ଉପସ୍ଥିତ ରହିଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି ଯେ ଦୁଇଦିନ ହେବ ତାଙ୍କ ଦେହ ଖରାପ ରହିଥିଲା। ଭଲ ନ ହେବାରୁ ଡାକ୍ତରଖାନା ଆସିଛନ୍ତି। ଏଠାରେ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ ପଦ୍ମଶ୍ରୀ କମଳା ପୁଝାରୀ ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ସହ ତାକୁ ଜୈବିକ ପ୍ରଣାଳୀରେ ଚାଷ କରି ଲୋକଲୋଚନକୁ ଆସିଥିଲେ। ଏହାପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା କମଳା ପୂଜାରୀ। ଜଣେ ଆଦିବାସୀ ଏବଂ ଅଶିକ୍ଷିତ ହେବା ପରେ ମଧ୍ୟ ସେ ୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ କରି ରଖିବା ସହ ତାକୁ ଜୈବିକ ଉପାୟରେ ଚାଷ କରୁଥିଲେ। ରାସାୟନିକ ସାରଠୁ ଦୂରରେ ରହି ସେ ଲୋକଙ୍କୁ ଜୈବିକ ପ୍ରକ୍ରିୟାରେ ଚାଷ କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ବୁଝାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories