ଡେସ୍କ: ଆସନ୍ତା ବର୍ଷ ଜାନୁଆରୀରେ ଇନ୍ଦୋରରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ୨୦୨୩ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ଟୁଇଟ୍ରେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ସଚିବ, କନସୁଲାର, ପାସପୋର୍ଟ ଏବଂ ଭିସା ଡିଭିଜନ, ଔସିଫ ସୟିଦ ଏବଂ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଇକବାଲ ସିଂ ଏକ ସ୍ମାରକପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ।
ଭାରତର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୯ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। ଏହା ମଧ୍ୟ ୧୯୧୫ ମସିହା ଜାନୁୟାରୀ ୯ରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ମହାତ୍ମା ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନକୁ ସୁଚାଇଥାଏ।



