www.samajalive.in
Saturday, December 13, 2025
26.1 C
Bhubaneswar

ବରମୂଳ ପ୍ରକଳ୍ପ ଓ ମହାନଦୀ-ବ୍ରାହ୍ମଣୀ ସଂଯୋଗୀକରଣ ଦ୍ୱାରା ବନ୍ୟା ନିୟନ୍ତ୍ରଣ ସମ୍ଭବ: ପୂର୍ବତନ ସାଂସଦ ନରେନ୍ଦ୍ର ପ୍ରଧାନ

ସମ୍ବଲପୁର: ରାଜ୍ୟରେ ବିଗତ କିଛି ବର୍ଷ ହେବ ମରୁଡ଼ି ସହିତ ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷା ଜଳ ପରିଚାଳନକୁ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ବର୍ଷା ଜଳ ଗୁଡିକ ସମୁଦ୍ରରେ ମିଶି ଯାଉଛି। ଏଭଳି କ୍ଷେତ୍ରରେ ବରମୂଲ ଏବଂ ମହାନଦୀ – ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜଳସେଚନ ସୁବିଧା, ଜଳ ବିଦ୍ୟୁତ ଉତ୍ପାଦନ, କୃଷି ଉତ୍ପାଦନ ବୃଦ୍ଧି ସମେତ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଲୋକସଭାପ ସାଂସଦ ନଗେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ହୀରାକୁଦ ନଦୀବନ୍ଧର ତଳ ମୁଣ୍ଡ ବରମୂଲ ଠାରେ ମହାନଦୀର ଜଳ ନିଷ୍କାସନ ସକାଶେଖ ଏକ ପ୍ରକଳ୍ପ ଚିହ୍ନଟ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ନୟାଗଡ଼ – ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାର ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇ ପାରିବ। ଏତଦ ବ୍ୟତିତ ବ୍ରାହ୍ମଣୀରେ ୨ ଶହ ମେଗାୱାଟର ଜଳ ବିଦ୍ୟୁତ ବିକଶିତ ହୋଇ ସମୁଦାୟ ବାର୍ଷିକ ୫୧୬ ନିୟୁତ ୟୁନିଟ ବିଜୁଳି ଉତ୍ପାଦନ ହୋଇପାରିବ। ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୨ ହଜାର କୋଟି ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ କେନ୍ଦ୍ର ସରକାର ଙ୍କ ସହିତ ଆଗକୁ ବଢ଼଼ି ପାରିବ ଏବଂ କୋଇଲା ରପ୍ତାନିରେ ଓଡ଼ିଶା ରାଜ୍ୟରୁ ସଂଗୃହିତ ସବୁଜ ସେସରୁ ପ୍ରକଳ୍ପର ମୂଲ୍ୟର ୭୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ୍ୟ କରିଛନ୍ତି।

ସେହିଭଳି ମହାନଦୀ – ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ ଦ୍ୱାରା ମହାନଦୀର ତଳି ଅଞ୍ଚଳର ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ ଉତ୍ପାଦନ ଏବଂ ବ୍ରାହ୍ମଣୀ ନଦୀର ଅବବାହିକା ଅଞ୍ଚଳରେ ଜଳସେଚନ ହୋଇ ପାରିବ। ୨୦୧୬ ମସିହାରେ ସମ୍ବଲପୁର ସାଂସଦ ଥିବା ସମୟରେ ଶ୍ରୀ ପ୍ରଧାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ତେବେ କୌଣସି ସରକାର ଏଥିରେ ଆନ୍ତରିକତା ପ୍ରକାଶ ଏ ପର୍ଯ୍ୟନ୍ତ କରି ନାହାନ୍ତି। ୨୦୧୬ ମସିହାରେ ବରମୂଳ ପ୍ରକଳ୍ପ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରିଥିଲେ ବୋଲି ପୂର୍ବତନ ସାଂସଦ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ୍ୟ କରିଛନ୍ତି। କିନ୍ତୁ ଏବେ ପର୍ଯ୍ୟନ୍ତ ତାହା ଶୀତଳ ଭଣ୍ଡାରରେ ପଡ଼ି ରହିଛି। ଏଣୁ ଏହି ପତ୍ର ବନ୍ୟା ଜଳ ପରିଚାଳନାରେ କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories