www.samajalive.in
Friday, December 12, 2025
15.1 C
Bhubaneswar

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ସିଟ ଲାଗି ଅନୁମୋଦନ

ସୁନ୍ଦରଗଡ଼: ସମସ୍ତ ପ୍ରକାର କଳ୍ପନାଜଳ୍ପନାର ଅବସାନ ଘଟିଛି । ଏନଟିପିସି ଦ୍ବାରା ନିର୍ମିତ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷଠାରୁ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ପଷ୍ଟ ହେବା ସହ ନ୍ୟାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ଏହା ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ। ମେଡିକାଲ କଲେଜ ଆରମ୍ଭ ହେବା ଫଳରେ ସୁନ୍ଦରଗଡ଼ ଜିଲାରେ ସ୍ୱାସ୍ଥ୍ୟ ସେବା ଏକ ନୂଆ ସୋପାନକୁ ଯାଇପାରିବ। ଏହି ଅତ୍ୟାଧୁନିକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନିୟୋଜିତ ଉଚ୍ଚମାନର ମାନବ ସମ୍ବଳ ତଥା ତାଲିମ ଓ ଚିକିତ୍ସା ଲାଗି ନିୟୋଜିତ ଅତ୍ୟାଧୁନିକ ଉପକରଣ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି ସୁନ୍ଦରଗଡ଼ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସ ରୁମ ସହିତ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଛାତ୍ର ଏବଂ ଛାତ୍ରୀମାନଙ୍କ ରହିବା ପାଇଁ ଅଲଗାକରି ମୋଟ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କରାଯାଇଛି। ସେହିପରି ଏହି ୨୧ ଏକର ପରିବ୍ୟାପ୍ତ କ୍ଷେତ୍ରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ସହ ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କ ପାଇଁ ହଷ୍ଟେଲ ତଥା କର୍ମଚାରୀ ଓ ଡିନଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରାଯାଇଛି। ‘ନ୍ୟାସନାଲ ମେଡିକାଲ କମିଶନଙ୍କ ଅନୁମତି ମିଳିବା ଫଳରେ ଏବେ ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମ ଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ।

- Advertisement -

ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀତା ମୂଳକ ନିଟ୍ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ। ମେଡିକାଲ କଲେଜ ସହିତ ସଂଲଗ୍ନ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଯାଏଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ‘ଟ୍ରିଟିଙ୍ଗ ହସ୍ପିଟାଲ’ ଭାବେ ବ୍ୟବହାର କରାଯିବ’ ସୂଚନା ଦେଇ କହିଛନ୍ତି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ । ଏହି ମେଡିକାଲ କଲେଜ ସହିତ ୬ ମହଲା ବିଶିଷ୍ଟ ତଥା ୫୦୦ ଶଯ୍ୟାର ଏକ ସୁପରସ୍ପେଶାଲଟି ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍, ବିଭିନ୍ନ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି। ଫଳରେ ଆଗାମୀ ଦିନରେ ସୁନ୍ଦରଗଡ଼ ଡାକ୍ତରୀ ଶିକ୍ଷା ପାଇଁ ଏକ ପ୍ରମୁଖ ଆକର୍ଷଣ ହେବା ସହିତ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories