www.samajalive.in
Saturday, December 13, 2025
26.1 C
Bhubaneswar

ହାଇୱା ସହ ଜୀଅନ୍ତା ଜଳିଗଲେ ଚାଳକ

କୋଇଡ଼ା: ଟେନସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲା ହାଇୱା । ହାଇୱା ସହ ଚାଳକ ମଧ୍ୟ ଜୀଅନ୍ତା ଜଳିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇୱାଟି ଆସିଥିବା ଅନୁମାନ କରାଯାଉଛି । ଫଳରେ ଘଟଣାସ୍ଥଳରେ ହାଇୱା ସହ ଚାଳକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚାଳକ ଜଣକଙ୍କ ଘର କେଉଁଠି ଓ ତାଙ୍କର ପରିଚୟ କ’ଣ ତାହା ଜଣାପଡ଼ିନାହିଁ । ହାଇୱାଟି କେଉଁଠାରୁ କେଉଁଠାକୁ ଯାଉଥିଲା ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories