www.samajalive.in
Tuesday, December 9, 2025
16.1 C
Bhubaneswar

ଗୁଆହାଟିରେ ବିସ୍ଫୋରଣ:୪ ଆହତ

ଗୁଆହାଟି : ଆସାମ ରାଜଧାନୀ ଗୁଆହାଟିର ପାନ୍‍ ବଜାରଠାରେ ଶନିବାର ପୂର୍ବାହ୍ଣରେ ବିସ୍ଫୋରଣ ଘଟି ୪ ଜଣ ଲୋକ ଆହତ ହୋଇଛନ୍ତି। ଏଠାରେ ରାସ୍ତା ପାର୍ଶ୍ବ ନାଳ ନିର୍ମାଣ କାର୍ଯ୍ୟରେ ବ୍ୟବହାର ଲାଗି ଗଦା ହୋଇଥିବା ବାଲି ମଧ୍ୟରେ ପୂର୍ବାହ୍ଣ ୧୧ଟା ୪୫ରେ ଏହି ବିସ୍ଫୋରଣ ଘଟିଛି। କୌଣସି ବୋମା ଦ୍ୱାରା ଏହି ବିସ୍ଫୋରଣ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ କୌଣସି ତଥ୍ୟ ପ୍ରମାଣ ମିଳି ନ ଥିବା ସ୍ଥାନୀୟ ଡିସିପି ରଞ୍ଜନ ଭୂୟାଁ ପ୍ରକାଶ କରିଛନ୍ତି। ସମ୍ଭବତଃ କୌଣସି ଏକ ବିସ୍ଫୋରକ ଅଫୁଟା ଅବସ୍ଥାରେ ବାଲିରେ ରହିଯାଇଥିଲା ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ବିସ୍ଫୋରଣର କାରଣ ଏଯାବତ୍‍ ଜଣାପଡି ନାହିଁ। ସବିଶେଷ ତଦନ୍ତ ପରେ ଯାହାକିଛି ସୂଚନା ମିଳିବ ବୋଲି ପୁଲିସ କହିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଏମଏମସି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories