www.samajalive.in
Saturday, December 13, 2025
26.1 C
Bhubaneswar

ବିକାଶ ମଞ୍ଚ ପକ୍ଷରୁ ଗରିବଙ୍କୁ ବିଦ୍ୟୁତ୍‍ ବଲ୍‍ବ ବଣ୍ଟନ

ଆଠଗଡ :  ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନପୁର ଶବରସାହିରେ ଗରିବଙ୍କୁ ବିଦ୍ୟୁତ୍‍ ବଲ୍‍ବ ବଣ୍ଟନ କରାଯାଇଛି । ବୁଧବାର ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଓ ତାଙ୍କ ସଂଗଠନର ଅନ୍ୟ ସଦସ୍ୟ ସୁଧାଂଶୁମୋହନପୁରରେ ପହଞ୍ଚି ୫୦ରୁ ଉର୍ଦ୍ଧ ଲୋକଙ୍କୁ ଏଲଇଡି ବଲବ ବଣ୍ଟନ କରିଥିଲେ । ବର୍ଷାଋତୁରେ ସରୀସୃପଙ୍କ ଭୟଥିବାରୁ ନିଜ ଘର ପରିସରକୁ ସଫା ସୁତୁରା ରଖିବା ସହ ଆଲୋକିତ କରିବା ପାଇଁ ଶ୍ରୀ ବସ୍ତିଆ ଲୋକଙ୍କୁ ସଚେତନ କରିଥିଲେ । ସୁଧାଂଶୁମୋହନପୁରବାସୀ ବିକାଶ ମଞ୍ଚ ଓ ଶ୍ରୀ ବସ୍ତିଆଙ୍କୁ ଏହି ମହନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories