www.samajalive.in
Saturday, December 6, 2025
23.1 C
Bhubaneswar

ବଢିଲା ଜ୍ୟାକ୍‌ଲିନଙ୍କ ଅଡ଼ୁଆ; ସୁକେଶ ଚନ୍ଦ୍ରଶେଖର ମାମଲାରେ ଦୋଷୀ ସାବ୍ୟସ୍ତ କଲା ଇଡି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ସମସ୍ୟା ବଢିଛି। ସୁକେଶ ଚନ୍ଦ୍ରଶେଖର ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଦାଖଲ କରାଯାଇଥିବା ଚାର୍ଜସିଟରେ ଜ୍ୟାକ୍‌ଲିନ୍‌ଙ୍କୁ ଦୋଷୀ ଭାବେ ନାମିତ କରାଯାଇଛି।

ଇଡି କହିବାନୁଯାୟୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପୂର୍ବରୁ ଜାଣିଥିଲେ ଯେ ଠକ ସୁକେଶ ଜଣେ ଅପରାଧୀ। ଅଭିନେତ୍ରୀ ଏହା ମଧ୍ୟ ଜାଣିଥିଲେ ଯେ, ସୁକେଶ ବେଆଇନ ଭାବେ ବଳ ପୂର୍ବକ ଟଙ୍କା ଆଦାୟ କରେ। ଏହି କାରଣରୁ ଇଡି ଜ୍ୟାକଲିନଙ୍କ ଉପରେ ଚାପ ପକାଇଛି। ତେବେ ଜ୍ୟାକ୍‌ଲିନ୍‌ଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। କାରଣ ଅଦ୍ୟାବଧି କୋର୍ଟ ଚାର୍ଜସିଟ୍‌ ଗ୍ରହଣ କରିନାହାଁନ୍ତି। କିନ୍ତୁ ଜ୍ୟାକଲିନଙ୍କୁ ଦେଶ ବାହାରକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ।

- Advertisement -

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ବଳ ପୂର୍ବକ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ, ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ଏହା ପରେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଛି। ଚାର୍ଜସିଟରେ ଏହା ମଧ୍ୟ ଲେଖାଅଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନଙ୍କ ସହ ଭେଟ କରାଇଥିଲେ। ଏବଂ ସୁକେଶ ପିଙ୍କି ଇରାନୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଏବଂ ନଗଦ ଟଙ୍କା ଦେଉଥିଲେ।

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories