www.samajalive.in
Saturday, December 13, 2025
26.1 C
Bhubaneswar

ଗାଁ ଭିତରକୁ ପଶିଲା ବନ୍ୟାଜଳ; କଖଡି, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର ବାହ୍ୟଜଗତରୁ ବିଚ୍ଛିନ୍ନ

ଗୁରୁଡିଝାଟିଆ: ମହାନଦୀର ବନ୍ୟାଜଳ ଦ୍ୱାରା କଖଡି ପଞ୍ଚାୟତ ଓ ଆଠଗଡ ବ୍ଲକର ମଞ୍ଚେଶ୍ୱର,ଧୁରୁଷିଆ, ଅନନ୍ତପୁର ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ଯାତାୟାତ ପାଇଁ କୌଣସି ବିକଳ୍ପ ବାଟ ନାହିଁ । ଏକ ପ୍ରକାର ଜଳବନ୍ଦୀ ଭିତରେ ୪ ପଞ୍ଚାୟତର ଜନସାଧାରଣ ରହିଛନ୍ତି । ପୁରୁଣାକଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ଓ କଖଡି ଠାରୁ ଦହିସରା ପର୍ଯ୍ୟନ୍ତ ବନ୍ୟାଜନ ପ୍ରବାହିତ ହେଉଛି । ଅନୁରୂପ ଭାବେ କଖଡିରୁ ବ୍ରାହ୍ମଣବସ୍ତ ରାସ୍ତାରେ ୫ଫୁଟ ଉଚ୍ଚର ବନ୍ୟାଜଳ ରହିଥିବା ବେଳେ କଖଡି-ମୁଣ୍ଡଳୀ ରାସ୍ତାର ସର୍ପେଶ୍ୱର ବ୍ରିଜ ଉପରେ ୬ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

କଖଡି ପଞ୍ଚାୟତର ଗୋପିନାଥପଡା, କାପ୍ତାବରାଇ ଓ ବିଦ୍ୟାଧରପୁର ଗାଁର ଘର ଭିତରେ ବନ୍ୟାଜଳ ପଶିଥିବା ବେଳେ ମଞ୍ଚେଶ୍ୱର ପଞ୍ଚାୟତର ପାଇକରାପୁର, ଧୁରୁଷିଆ ପଞ୍ଚାୟତର ଗଜାମ୍ବ,ବାଲିସିଗିରି ଓ ଜଗମୋହନପୁର ଗାଁରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନନ୍ତପୁର ପଞ୍ଚାୟତର ଭୂଇଁର୍ବରେଇରେ ମଧ୍ୟ ବନ୍ୟାଜଳ ଘରେ ପଶିଛି । ବଢିପାଣି ସାଙ୍ଗକୁ ବିଦ୍ୟୁତ୍‌ ଆଲୋକ ନଥିବାରୁ ସାପମାନଙ୍କ ଭୟ ଦ୍ୱିଗୁଣିତ କରିଛି । ଲୋକମାନେ ନାହିଁ ନଥିବା ଭୟଭୀତ ଭିତରେ ରହିଛନ୍ତି ।

- Advertisement -

ଆପାତକାଳୀନ ଯାତାୟାତ ପାଇଁ ଗୋପିନାଥପଡା ଓ କାପ୍ତାବରାଇ ଗ୍ରାମକୁ ଟାଙ୍ଗି-ଚୌଦ୍ୱାର ବ୍ଲକ ପକ୍ଷରୁ ଏକ ବୋଟ ପ୍ରଦାନ କରାଯାଇଛି । ସରପଞ୍ଚ କଳ୍ପନା ଛତାର ଓ ସାମାଜିକକର୍ମୀ ଦିଲ୍ଲିପ ଛତାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଭୟ ଗାଁର ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଓ ନିଧିପୁର ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ବିପନ୍ନ ପ୍ରାୟ ୨୦ଟି ଗାଁର ଜନସାଧାରଣଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଧବଳେଶ୍ୱର ପୀଠର ଝୁଲାପୋଲରେ ଯିବା ପାଇଁ ପ୍ରବେଶପଥ ରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories