ଫୁଲବାଣୀ: ମଙ୍କିପକ୍ସ ସଂକ୍ରମଣ ପରିପ୍ରେକ୍ଷୀରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥାଙ୍କର ନିୟମ ପ୍ରକାରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଓ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମଙ୍କିପକ୍ସ ସଚେତନତା କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂକ୍ରମଣର ଲକ୍ଷଣ, ପ୍ରକାର ଓ ଏହା କିପରି ଅନ୍ୟ ସଂକ୍ରମଣ ଗୁଡିକ ଠାରୁ ଭିନ୍ନ ତାହା ଚିତ୍ର ଓ ଉପସ୍ଥାପନା ମାଧ୍ୟମରେ ବୁଝାଇବା ସହ କରୋନା ଭାଇରସ୍ ଭଳି ଯେତେବେଳେ ସ୍ଥାନୀୟ ଅଂଚଳରେ ରୋ୍ଗୀ ଚିହ୍ନଟ ହୋଇଯିବ ଓ ଏହା ମଧ୍ୟ ଦୃତ ସଂକ୍ରମଣ ହୋଇପାରେ ବୋଲି କହିଥିଲେ। ଏଥିସହ ଡି.ଏମ.ଓ ଡାକ୍ତର ଅଭୟ କୁମାର ପଟ୍ଟନାୟକ ଓ ଡି.ପି.ଏଚ.ଓ ଡାକ୍ତର କଲ୍ୟାଣି ମିଶ୍ର ଉପସ୍ଥିତ ରହି ଆମ ଜିଲ୍ଲାକୁ କିପରି ସଂକ୍ରମଣ ନ ହେବ ସେଥି ପ୍ରତି ଲକ୍ଷ୍ୟ ରଖାଯିବା ଉଚିତ୍ ବୋଲି କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳକ ମନୋରଞନ ସାହୁ ତାଙ୍କ ବକ୍ତବ୍ୟରେ ସମସ୍ତେ କିପରି ହାତକୁ ହାତ ମିଶାଇ ମଙ୍କିପକ୍ସକୁ ପ୍ରତିରୋଧ କରି ପାରିବା ସେଦିଗରେ ଗୁରୁତ୍ୱ ଦେଇଥିଲେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଜାତିୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସଚେତନତା ସୃଷ୍ଟି ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ।
Popular Categories



