www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାଜୁଏଟ୍ସ କ୍ଲବରେ ସ୍ୱାଧୀନତା ଦିବସ

ଆଠଗଡ଼: ଆଠଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାଜୁଏଟ୍ସ କ୍ଲବ ଆନୁକୂଲ୍ୟରେ ୭୬ତମ ସ୍ୱାଧୀନତା ଦିବସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ନରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କ୍ଲବର ଉପସଭାପତି ସୁବାସ ରାଉତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ରାଉତ ଏହି ଅବସରରେ ଉଦ୍‍ବୋଧନ ଦେଇ ବିଗତ ୭୫ବର୍ଷ ମଧ୍ୟରେ ଦେଶ ସବୁକ୍ଷେତ୍ରରେ ଉନ୍ନତି କରିଥିବାବେଳେ ଏହି ପ୍ରଗତିକୁ ଗତିଶୀଳ କରି ବିଶ୍ୱରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ସୁଧି ରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ପ୍ରଣବ କୁମାର ମିଶ୍ର, ସରୋଜ ପଟ୍ଟନାୟକ, ଅଜୟ କୁମାର ପଟ୍ଟନାୟକ, ଅଶୋକ ପ୍ରଧାନ, ନିରୋଦ ପଟ୍ଟନାୟକ, ପ୍ରମୋଦ କୁମାର ଜେନା, ଯଶୋବନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories