ଘଣ୍ଟାପଡା: ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କଣ୍ଟାମାଳ-ଘଣ୍ଟାପଡା ୪୧ ରାଜ୍ୟ ରାଜପଥର ଚିଞ୍ଚେଡ଼ ବ୍ରିଜ ଓ ଅଡ଼ାଗୁଡ଼ି ବ୍ରିଜ ଉପରେ ଗତକାଲି ୫ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିଲା। ଫଳରେ ନଂ.୧ ଜିଲ୍ଲାପରିଷଦ ଜୋନ ସଂପୂର୍ଣ୍ଣ ବିଛିନ୍ନ ହୋଇରହିଥିଲା। ୮ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକଙ୍କ ପାଇଁ କଣ୍ଟାମାଳ ସହ ଗମନାଗମନ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେମିତ କେହି ବିପଦରେ ନପଡ଼ିବେ ସେଥିପାଇଁ ସ୍ଥାନୀୟ ବିଧାୟକ ମହୀଧର ରଣା ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏବଂ କୌଣସି ପ୍ରକାର ଭୟ ନକରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରେ ରାସ୍ତାରେ ପୋଲିସ ବିଭାଗ ତରଫରୁ ଲାଲ କପଡା ଦ୍ୱାରା ବିପଦ ସଂକେତ ସୂଚିତ କରାଯିବା ସହ ରାସ୍ତା ବନ୍ଦଅଛି ବୋଲି ସୂଚନା ଦିଆଯାଇଥିଲା। ସେହିପରି ବିପଦ ସଂକେତ ଉପରେ ତେଲନଦୀର ଜଳସ୍ତର ରହିଥିବାରୁ ବିଦ୍ୟୁତ ସେବା ବନ୍ଦ ରହିଥିଲା। ଆଜି ପାଣି କମିବା ପରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିଲା।
Popular Categories



