ମାଲକାନଗିରି: ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ମାଲକାନଗିରି ସଦର ବ୍ଲକ ସ୍ଥିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଶେଷ କରି ତାମସା, ତଣ୍ଡାପଲ୍ଲୀ, ଝରାପଲ୍ଲୀ ଆଦି ଗ୍ରାମ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ସଫେଇ କାର୍ଯ୍ୟକ୍ରମ କରିଥିଲେ ବିଶେଷ କରି ନଳକୂପ ନିକଟରେ ଥିବା ଅଳିଆ ଆବର୍ଜନା ସଫା କରିବା ସହ ନଳକୂପର ପରିତ୍ୟକ୍ତ ପାଣି କୁଣ୍ଡ ସଫା କରାଯାଇଥିଲା। ଏହି ଅବସରରେ ନଳକୂପର ପାଣି ଏବଂ ସ୍ୱଛତା ସମ୍ୱନ୍ଧରେ ଏକ ତଦନ୍ତ କାରୀ ଦଳ ନଳକୂପ ସମ୍ୱନ୍ଧେ ତଦନ୍ତ କରିଥିଲେ।
Popular Categories



