ନୂଆଦିଲ୍ଲୀ : ନିରାମିଷ ଖାଦ୍ୟ ଖାଇବା ଲାଗି ସମସ୍ତଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଦେଶକୁ ମାଂସ ରପ୍ତାନି ନିଷିଦ୍ଧ କରିବା ଲାଗି ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଶୁକ୍ରବାର ଏହା କହିଛନ୍ତି। ବିଚାରପତି ମଦନ ବି ଲୋକୁରଙ୍କ ପୀଠ ଆବେଦନକାରୀଙ୍କୁ କହିଛନ୍ତି ‘ତୁମେ କଣ ଚାହୁଁଛ ଦେଶରେ ସମସ୍ତେ ନିରାମିଷାଶୀ ହୁଅନ୍ତୁ।’ ମାମଲାର ଶୁଣାଣିକୁ ସର୍ବୋଚ୍ଚ ଅଦାଲତ ୨୦୧୯ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅନ୍ୟପଟେ ଦେବୀ ଦୁର୍ଗାଙ୍କର ନବରାତ୍ର ପୂଜା ଲାଗି ସମସ୍ତ ମାଂସ ଦୋକାନକୁ ବନ୍ଦ କରିବା ଲାଗି ବୁଧବାର ହିନ୍ଦୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ମାଂସ ଦୋକାନରେ ଭଙ୍ଗାରୁଜା କରିବା ଲାଗି ଧମକ ଦେଇଥିଲେ।
Popular Categories



