www.samajalive.in
Wednesday, December 10, 2025
16.1 C
Bhubaneswar

କାର୍ତ୍ତିକରେ ରାତି ୪ରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କାର୍ତ୍ତିକମାସ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଶୁକ୍ରବାର ନୀତି ସବ୍‍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। କାର୍ତ୍ତିକମାସରେ ଭୋର ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭୋର ୪ଟା ୩୦ରେ ମଙ୍ଗଳଆଳତି କରାଯିବାକୁ ସ୍ଥିର ହୋଇଛି। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ କରାଯିବ। ସକାଳ ୭ଟାରେ ରୋଷହୋମ, ୭ଟା ୧୫ରେ ସୂର୍ଯ୍ୟପୂଜା ଏବଂ ୭ଟା ୩୦ରେ ଦ୍ୱାରପାଳ ପୂଜା କରାଯାଇ ୮ଟା ସୁଦ୍ଧା ଗୋପାଳବଲ୍ଲଭ ଅନୁଷ୍ଠିତ ହେବ। ସକାଳ ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳଧୂପ ହେବାର କାର୍ଯ୍ୟକ୍ରମ ରହିଛି। ସେଥିରେ କେବଳ କୋଠଭୋଗ କରାଯିବ। ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ପ୍ରଭୁଙ୍କୁ ବାଳଭୋଗ କରାଯିବ। ଦିନ ୧୦ଟା ୧୦ସୁଦ୍ଧା ଭୋଗମଣ୍ଡପ ବାହାରିବ। ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦବଜାରରେ ମହାପ୍ରସାଦ ପାଇବେ। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଇଲମ କରାଯାଇ ବେଶ କରାଯିବ। ଦିନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନଧୂପ ହେବ। ଦିନ ୨ଟା ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ବାହାରିବ। ଏହାପରେ ପରମ୍ପରା ଅନୁଯାୟୀ ଦିନ ୨ଟାରେ ପ୍ରଭୁଙ୍କୁ ଦକ୍ଷିଣିଘର ଭୋଗ କରାଯିବ। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦିନପହୁଡ କରାଯିବାକୁ ସ୍ଥିର କରାଯାଇଛି। ସନ୍ଧ୍ୟା ୬ଟାରେ ସନ୍ଧ୍ୟାଆଳତି, ରାତି ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟାଧୂପ ଏବଂ ରାତି ୧୦ଟାରେ ଚନ୍ଦନଲାଗି କରାଯିବ। ରାତି ୧୧ଟାରେ ବଡ଼ସିଂହାର ବେଶ, ୧୧ଟା ୩୦ରେ ବଡସିଂହାର ଭୋଗ ଏବଂ ରାତି ୧୨ଟାରେ ରାତ୍ରପହୁଡ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ତ୍ତିକମାସରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ହବିଷବ୍ରତ ପାଳନ କରିବେ। ତେଣୁ ଶ୍ରୀଜୀଉଙ୍କ ସେବାପୂଜା ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରାଯିବାକୁ ସ୍ଥିର ହୋଇଛି। ମହାପ୍ରସାଦ ଉପରେ ଅଧିକାଂଶ ହବିଷ୍ୟାଳି ନିର୍ଭର କରୁଥିବାରୁ ଦିନ ୧୦ଟା ୧୦ସୁଦ୍ଧା ଭୋଗମଣ୍ଡପ ନୀତି ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ। ସେଦିନ ପ୍ରଭୁଙ୍କ ଦିବା ଓ ରାତ୍ରପହୁଡ କରାଯିବ କି ନାହିଁ ସେଥିନେଇ ପରେ ସ୍ଥିର କରାଯିବ। ପଞ୍ଚୁକ ୫ଦିନ ଶ୍ରୀଜୀଉଙ୍କୁ ବିଭିନ୍ନ ଆକର୍ଷଣୀୟ ବେଶ କରାଯିବ। ତାହାକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ବୃଦ୍ଧି ପାଇବ। ତେଣୁ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପୁଲିସକୁ ପରାମର୍ଶ ଦିଆଯାଇଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।
କେଉଁଦିନ କେଉଁବେଶ
ତା ୧୨.୧୧.୨୦୧୮ : ହରିହର ବେଶ
ତା ୧୯.୧୧.୨୦୧୮ : ଲକ୍ଷ୍ମୀନାରାୟଣ ବେଶ
ତା ୨୦.୧୧.୨୦୧୮ : ବାଙ୍କଚୂଡ ବା ବାମନ ବେଶ
ତା ୨୧.୧୧.୨୦୧୮ : ଆଡିକିଆ ତଥା ତ୍ରିବିକ୍ରମ ବେଶ
ତା ୨୨.୧୧.୨୦୧୮ : ଲକ୍ଷ୍ମୀନୃସିଂହ ବେଶ
ତା ୨୩.୧୧.୨୦୧୮ : ରାଜାଧିରାଜ ବେଶ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories