www.samajalive.in
Tuesday, December 9, 2025
17.1 C
Bhubaneswar

କୋହଲିଙ୍କ ସହ ସେଲ୍‍ଫି ନେଲେ ପ୍ରଶଂସକ

ହାଇଦରାବାଦ୍‍  : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଦିନରେ ଜଣେ ପ୍ରଶଂସକ ପଡ଼ିଆ ମଧ୍ୟକୁ ପ୍ରବେଶ କରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍‍ଫି ନେବାକୁ ପ୍ରୟାସ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ ଦଳ ପ୍ରଥମ ଇନିଂସ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଖେଳାଳିମାନେ ଫିଲଡିଂ କରୁଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଷ୍ଟାଡ଼ିୟମ ବାଡ଼ ଡେଇଁ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ସେ ପାଖାପାଖି ୭୦ ମିଟର ଦୌଡ଼ି ଯାଇ କୋହଲିଙ୍କୁ କୁଣ୍ଢାଇ ଧରି ପକାଇଥିଲେ। ଏହାପରେ ସଂପୃକ୍ତ ପ୍ରଶଂସକଜଣକ କୋହଲିଙ୍କ ସହ ସେଲ୍‍ଫି ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ସୁରକ୍ଷାକର୍ମୀମାନେ ପହଞ୍ଚି ସଂପୃକ୍ତ ପ୍ରଶଂସକଙ୍କୁ ପଡ଼ିଆ ବାହାରକୁ ନେଇ ଯାଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ପ୍ରଶଂସକଜଣକ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନାଥାଉକି ପ୍ରଥମ ଟେଷ୍ଟ ମ୍ୟାଚ୍‍ ରାଜକୋଟ୍‍ରେ ଖେଳାଯାଉଥିବା ବେଳେ ସେଠାରେ ମଧ୍ୟ ଦୁଇଜଣ ପ୍ରଶଂସକ ପଡ଼ିଆ ମଧ୍ୟକୁ ପ୍ରବେଶ କରି କୋହଲିଙ୍କ ସହ ସେଲ୍‍ଫି ନେବାକୁ ପ୍ରୟାସ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories