www.samajalive.in
Monday, December 8, 2025
17.1 C
Bhubaneswar

ଶିବପାଳଙ୍କୁ ମିଳିଲା ମାୟାବତୀଙ୍କ ବଙ୍ଗଳା

ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ଏସ୍‍ପି) ଛାଡ଼ି ନୂଆ ଦଳ ‘ସମାଜବାଦୀ ସିକୁଲାର ଫ୍ରଣ୍ଟ’ ଗଢ଼ିଥିବା ମୂଲାୟମ ସିଂହ ଯାଦବଙ୍କ ଭାଇ ଶିବପାଳ ଯାଦବଙ୍କୁ ସ୍ଥାନୀୟ ୬, ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗସ୍ଥିତ ବିରାଟ ସରକାରୀ ବଙ୍ଗଳା ମିଳିଛି। ଏହି ବଙ୍ଗଳାରେ ପୂର୍ବରୁ ମାୟାବତୀ ଅବସ୍ଥାନ କରୁଥିଲେ। ରାଜ୍ୟର ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ଗତ ମେ ମାସରେ ସେ ଏହାକୁ ଖାଲି କରିଥିଲେ। ଏହି ବଙ୍ଗଳାରେ ୧୨ଟି ଶୟନ କକ୍ଷ ସହ ୧୨ଟି ଡ୍ରେସିଂ ରୁମ୍‍, ୪ଟି ବଡ଼ ବାରଣ୍ଡା, ଦୁଇଟି ହଲ୍‍, ବଡ଼ ରୋଷେଇ ଘର, ୪ଟି ସିକ୍ୟୁରିଟି ୱାଚ୍‍ ଟାୱାର, କର୍ମଚାରୀ ବାସଗୃହ, ୮ଟି ଏସି ପ୍ଲାଣ୍ଟ ଓ ୫୦୦କିଲୋୱାଟ ଜେନେରେଟର ଇତ୍ୟାଦି ରହିଛି। ଏହି ବାସଗୃହ ପାଇବା ପରେ ୬୩ବର୍ଷୀୟ ଶିବପାଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ପଛରେ କୌଣସି ରାଜନୈତିକ କାରଣ ଅପେକ୍ଷା ୫ଥର ବିଧାୟକ ହୋଇଥିବାରୁ ବରିଷ୍ଠତା ଭିତ୍ତିରେ ବଙ୍ଗଳା ମିଳିଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories