www.samajalive.in
Wednesday, December 10, 2025
16.1 C
Bhubaneswar

ଶେଷ ହେଲା ବାର୍ଷିକ ଅମରନାଥ ଯାତ୍ରା, ଦର୍ଶନ କଲେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଡେସ୍କ: ଜାମ୍ମୁ କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ସମାପ୍ତ ହୋଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ସମାପନ ପୂଜା କରିବା ସହ ଅମରନାଥ ଯାତ୍ରା ସମାପ୍ତ ହୋଇଛି। ତୀର୍ଥଯାତ୍ରାକୁ ସହଜ କରିପାରିଥିବାରୁ ସେ ଏଥିପାଇଁ ନାଗରିକ ଓ ତୀର୍ଥଯାତ୍ରା ସହ ସଂପୃକ୍ତ ପକ୍ଷଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି। ଚଳିତବର୍ଷର ଅମରନାଥ ଯାତ୍ରାରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶିବଲିଙ୍ଗ ଦର୍ଶନ କରିଛନ୍ତି। ୪୩ ଦିନ ବ୍ୟାପି ଅମରନାଥ ଯାତ୍ରା ଜୁନ୍‍ ୩୦ ତାରିଖରୁ ଉଭୟ ପହଲଗାମ ଓ ବଲତାଲ ପଥ ଦେଇ ଆରମ୍ଭ ହୋଇଥିଲା। ବାଦଲ ଫାଟିବା ଘଟଣାକୁ ଛାଡ଼ିଦେଲେ ମୋଟାମୋଟି ଭାବେ ଯାତ୍ରା ଶାନ୍ତିପୂର୍ଣ୍ଣ ଥିଲା।

ଚଳିତବର୍ଷର ତୀର୍ଥଯାତ୍ରାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା କରାଯାଇଥିଲା। ପ୍ରଥମଥର ପାଇଁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ରେଡିଓ ଫ୍ରିକ୍ୟୁଏନ୍‍ସୀ ଆଇଡେଣ୍ଟିଫିକେସନ୍‍ କାର୍ଡ ଦିଆଯାଇଥିଲା। ଏହା ମାଧ୍ୟମରେ ସେମାନଙ୍କର ସୁରକ୍ଷା ବିଷୟରେ ଜାଣି ହେଉଥିଲା। ବାଦଲ ଫାଟିବା ପରେ ଏହା ମାଧ୍ୟମରେ ହଜିଯାଇଥିବା ତୀର୍ଥଯାତ୍ରୀଙ୍କୁ ଠାବ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories