www.samajalive.in
Monday, December 8, 2025
24.1 C
Bhubaneswar

ନିଶା ମୁକ୍ତ ଭାରତ ପାଇଁ ଶପଥ ଗ୍ରହଣ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରେଡକ୍ରସ କର୍ମୀ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ବରେ ସର୍ବ ପ୍ରଥମେ ନିଶା ମୁକ୍ତ ଭାରତ ପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକବୃନ୍ଦ ଶପଥ ଗ୍ରହଣ କରିଥିଲେ। ତାପରେ ବିଶ୍ବ ହସ୍ତୀ ଦିବସ ଉପରେ ପ୍ରକୃତିବନ୍ଧୁ ଶ୍ରୀ ଦାଶ ଆଲୋକପାତ କରିଥିଲେ। ସାରା ଦେଶ ଆଜାଦୀକା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ବିଦ୍ୟାଳୟରେ ମଧ୍ୟ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ପାଳନ କରାଯାଇଥିଲା। ଏହି ଅବସରରେ ଆଜାଦୀକା ଅମୃତ ମହୋତ୍ସବ ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ହାତରେ ଜାତୀୟ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ। ଗାଁ ପରିକ୍ରମା ସମୟରେ ଗ୍ରାମବାସୀମାନଙ୍କୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ କହିବା ସହିତ କିଛି ଗ୍ରାମବାସୀମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା। ଜାତୀୟ କୃମି ନାଶକ ଦିବସ ଅବସରରେ ଆଶାକର୍ମୀ ତିଲମତି କୁମ୍ଭାର କୃମି ନାଶକ ବଟିକା ବଣ୍ଟନ କରାଯାଇଥିଲା। ଏହି ସବୁ କାର୍ୟ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି, ଅଲେଖ ବନଗୋଲା, ସୁରଜ ଛତ୍ରିଆ, ନରେଶ ତାଣ୍ଡି ତଥା ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ ସମେତ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories