www.samajalive.in
Monday, December 15, 2025
26.1 C
Bhubaneswar

ବୃକ୍ଷ ଦେଉଛି ସୁରକ୍ଷା, ପରିବେଶବିତ ଗଛରେ ବାନ୍ଧିଲେ ରାକ୍ଷୀ

ଢେଙ୍କାନାଳ ସଦର: ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ। ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର ଦୀର୍ଘାୟୁ ମନାସୀ ବୃକ୍ଷରେ ବାନ୍ଧିଛନ୍ତି ରାକ୍ଷୀ।

ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ଵୃକ୍ଷ ବନ୍ଧନ ଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଶୁଭ୍ରାଂଶୁ। ଗ୍ରାମ ନିକଟରେ ଥିବା ଗଛ ଗୁଡିକ ରେ ସିଡ୍( ମଞ୍ଜି)ରେ ନିର୍ମିତ ରାକ୍ଷୀ ବାନ୍ଧି ଭାଇଚାରା ର ପ୍ରତିକ ସୃଷ୍ଟି କରିଛନ୍ତି ସିଏ। ସୂଚନା ଅନୁଯାୟୀ ଖରାଦିନରେ ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ମାଟି ପାତ୍ର ପ୍ରଦାନ ସହ, ପ୍ଲାଷ୍ଟିକ ବର୍ଜନ ଏବଂ ସବୁଜ ପୃଥିବୀ ଗଠନ ଦିଗରେ କୁନି କୁନି ପିଲାମାନଙ୍କୁ ସିଡ୍ ବଲ୍ ନିର୍ମାଣ ତିଆରିର କର୍ମଶାଳା ଆୟୋଜିତ କରି ଶୁଭ୍ରାଂଶୁ ପ୍ରଶଂସିତ ହୋଇଛନ୍ତି ଏବଂ ବିଭିନ୍ନ ଜାତୀୟ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories