www.samajalive.in
Sunday, December 7, 2025
26.1 C
Bhubaneswar

ସହକାରୀ ଯନ୍ତ୍ରୀଙ୍କ ଅକାଳ ବିୟୋଗ ; ଅଞ୍ଚଳରେ ଶୋକର ଛାୟା

ଜି ଉଦୟଗିରି :  ଟିକାବାଲି ବ୍ଲକ ଅନ୍ତର୍ଗତ ଗଡଗୁଡ଼ା ପଞ୍ଚୟତ ସ୍ଥିତ ପେନେଲା ଗ୍ରାମର ସହକାରୀ ଯନ୍ତ୍ରୀ  ପି ପ୍ରବୀଣ କୁମାର (୩୦)ଙ୍କ ଅକାଳ ବିୟୋଗ ହୋଇଯାଇଛି । ଏହି ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଯୋଗ୍ୟ , କିଛିଦିନ ହେବ ତାଙ୍କର ପେଟ ବ୍ୟଥା ହେଉଥିଲା ଓ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଚିକିତ୍ସାରେ ଅବହେଳାରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିଲା ବୋଲି କୁହାଯାଉଛି। ସେ ଜଣେ ମିଷ୍ଟଭାଷୀ ,ପରୋପକାରୀ ,ସମାଜସେବୀ ଭାବରେ ପରିଚିତ ଥିଲେ । ତେଣୁ ସାଧାରଣରେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ତାଙ୍କ ମର ଶରୀର  ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ଓ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ।  ପାଖରେ ବାପା ବିବେକାନନ୍ଦ ପ୍ରଧାନ , ମାଆ  ନିରୁପମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ସାନଭାଇ ପି ପ୍ରଣବ ମୁଖାଗ୍ନି ଦେଇଥିବାବେଳେ ପାରମ୍ପରିକ ରୀତିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories