www.samajalive.in
Sunday, December 7, 2025
14.1 C
Bhubaneswar

ଗିରଫ ଚୋରକୁ କୋର୍ଟ ଚାଲାଣ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ମହକୁମାରେ ଥିବା ରାସନ ଦୋକାନରୁ ଚୋରି କରିଥିବା ମାମଲାରେ ଯୁବକକୁ  କେଶ ନମ୍ବର ୬୭/୯.୮.୨୨ ଦଫା ୪୫୭ /୩୮୦ ଆଇପିସି ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସ ଡି ପି ଓ ଦିବଜ୍ୟାତି ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।  ଥାନା ଠାରୁ ଏକ ଶହ ଦୁରତାରେ ଥିବା (ପ୍ରଫୁଲ୍ଲ ପାଢ଼ୀ) ଟୁନୁ ରାସନ ଦୋକାନରୁ  ସୋମବାର  ରାତ୍ର ୧.୩୦ମିନିଟ ସମୟରେ ବଡଦ୍ୱାର ସାହିର ଯୁବକ ପ୍ରଥମେ ଦୋକାନ ବାହାରେ ଲାଗିଥିବା ବଲବ ବାହାର କରି ଧରିଥିବା ହାତୁଡି ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରିଥିଲା।  ଚୋର ପାଖରୁ ୪୮ ହଜାର୨୦ଟଙ୍କା ଜବତ କରିବା ବେଳେ ସେ ଏକ ହଜାର ଟଙ୍କା ଖର୍ଚ୍ଚ କରିଥିବା ପୁଲିସକୁ କହିଥିବା ଏସ ଡିପିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ମଙ୍ଗଳବାର ସକାଳୁ ଦୋକାନ ଖୋଲିବା ପାଇଁ ଆସିବା ବେଳେ ତାଲା ଭାଙ୍ଗୀ ପଡିଥିବା ଭାଇ ଶିବ ପାଢୀ ଦେଖି ଘରକୁ ସୂଚନା ଦେଇଥିଲେ । ଏହି ଖବର ପାଇଁ ଦୋକାନୀ ମାଲିକ ଆସି ଦୋକାନକୁ ଦେଖି  ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ରାୟଗଡ଼ାରୁ ସାଇଣ୍ଟିପିକ୍ ଆସିଷ୍ଟାଣ୍ଡ କିଶୋର ଦିପ ,ଅନୁସନ୍ଧାନୀ କୁକୁର ମାଷ୍ଟର ପ୍ରଦୀପ ବାରିକ, ଫିଙ୍ଗର ପ୍ରିଣ୍ଟ ଅଧିକାରୀ ରଘୁନାଥ ପାତ୍ର ଙ୍କ ସମେତ ସ୍ଥାନୀୟ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଙ୍କ ଦଳ ପ୍ରମୁଖ ଉପସ୍ଥିତ ସିସି ଟିଭି ଫୁଟେଜ ଦେଖି  ତଦନ୍ତ ଆରମ୍ଭ କରିଥିଲେ । ସିସି ଟିଭି ଫୁଟେଜ କୁ ଆଧାର କରି ପୁଲିସ ସନ୍ଦେହରେ ଜଣକୁ ଅଟକ ରଖିଛି  ପଚାର ଉଚରା କରିଥିଲେ ।  ଉକ୍ତ ଯୁବକ ଠାରୁ ସମସ୍ତ ତଥ୍ୟ ଜାଣିବା ପରେ ପୁଲିସ ଆସମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ପୁଲିସ ପାଟ୍ରୋଲିଂକୁ କଡ଼ାକଡି କରିବାକୁ ଅଞ୍ଚଳବାସୀ  ଦାବି କରିଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories