www.samajalive.in
Monday, December 8, 2025
24.1 C
Bhubaneswar

ଶିକ୍ଷାକେନ୍ଦ୍ରରେ କ୍ରାନ୍ତି ଦିବସ ପାଳିତ

ଚୌଦ୍ୱାର: ଚୌଦ୍ୱାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ସାହିତ୍ୟ ସଂସଦ ସଭାପତି ସିଦ୍ଧେଶ୍ବର ନାୟକ ଅତିଥି ଭାବେ ଯୋଗଦେଇ ‘ଆଜାଦିକା ଅମୃତ ମହୋତ୍ସବ’ ସଂପର୍କରେ ଆଲୋଚନା କରି ସ୍ୱରଚିତ କବିତା ପାଠ କରିଥିଲେ। ଭାବାନୀ ଶଙ୍କର ମୁର୍ମୁ,ଦିପ୍ତୀ ରଞ୍ଜନ ସାହୁ,ସ୍ମରଣୀକା ସାହୁ,ଦିପ୍ତୀମୟୀ ବେହେରା,ଜୟଶ୍ରୀ ସାହୁ ପ୍ରମୁଖ ସହୀଦ୍‍ ମାନଙ୍କ ଉଦ୍ଦେଶରେ ସ୍ମୃତିଚାରଣ କରିବା ସହିତ କ୍ରାନ୍ତି ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ମାନଙ୍କୁ ପୁସ୍ତକ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। ମାନସ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories