www.samajalive.in
Sunday, December 14, 2025
23.1 C
Bhubaneswar

ଏହି ଜିନିଷର ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ

ଓଜନ ହ୍ରାସ ପାଇଁ, ଖାଦ୍ୟ ଏବଂ ପାନୀୟ ସହିତ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ଜିନିଷ ଅଛି ଯାହା ଅତ୍ୟଧିକ ପୁଷ୍ଟିକର ମାତ୍ର ତାହାକୁ ସମୟ ଅନୁଯାୟୀ ହିଁ ସେବନ କରିବା ଉଚିତ। ଏଭଳି କିଛି ଜିନିଷ ରହିଛି, ଯାହାକୁ ରାତିରେ ଖାଇବାକୁ ବାରଣ କରାଯାଇଛି। କିମ୍ବା ଶୋଇବା ପୂର୍ବରୁ ଏହି ଜିନିଷ ଖାଇବା ଉଚିତ୍ ନୁହେଁ କାରଣ ଏହା ଓଜନବୃଦ୍ଧି କରିଥାଏ। ଜାଣନ୍ତୁ ..
ଘିଅରେ ତିଆରି ଜିନିଷ – ଘିଅରେ ପ୍ରସ୍ତୁତ ଜିନିଷ ହଜମ କରିବାକୁ ଏହା ବହୁତ ସମୟ ନେଇଥାଏ, ତେଣୁ ରାତିରେ ଶୋଇବା ପୂର୍ବରୁ ଘିଅରେ ତିଆରି ଜିନିଷ ଜିନିଷ ଖାଇବା ଉଚିତ୍ ନୁହେଁ ।
ମଇଦା
ମଇଦା ମଧ୍ୟ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ସେହିପରି ଭାତ, ସିଙ୍ଗଡା, ଛଣାଛଣି ଜିନିଷ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ।
ପାଉଁରୁଟି – ପାଉଁରୁଟି ଖାଇବାର ଅଭ୍ୟାସ ଥିଲେ ଧଳା ପାଉଁରୁଟି ବଦଳରେ ମାଟିଆ ପାଉଁରୁଟି ଖାଇପାରିବେ।
କଦଳୀ ଖିର – ଅନେକ ଲୋକେ ରାତିରେ କଦଳୀ ଓ ଖିର ଖାଇଥାଆନ୍ତି। ମାତ୍ର ରାତି ପରିବର୍ତ୍ତେ ଆପଣ ଜଳଖିଆରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories