www.samajalive.in
Saturday, December 6, 2025
26.1 C
Bhubaneswar

ଦୋକାନରୁ ୫୦ହଜାର ଟଙ୍କା ଚୋରି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା କିରାଣୀ ଦୋକାନରୁ ୫୦ହଜାର ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣକୁ ପୁଲିସ ଅଟକ ରଖିଥିବା ଦେଖିବାକୁ ମିଳିଛି । ପୁଲିସ କହିବା ଅନୁଯାୟୀ ପ୍ରାୟ ତିନିଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଏହାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତ୍ରରେ ଥାନା ଠାରୁ ଏକ ଶହ ମିଟର ଦୂରରେ ଥିବା  ପ୍ରଫୁଲ ପାଢ଼ୀ (ଟୁନୁ)ଙ୍କ କିରାଣୀ ଦୋକାନର ତାଲା ଭାଙ୍ଗି ବାକ୍ସରୁ ୫୦ହଜାର ଟଙ୍କା  ଓ ସିଗାରେଟ ପ୍ୟାକେଟ୍‍ କିଛି ଦୁର୍ବୁତ୍ତ ନେଇଯାଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଥିବା ସୂଚନା ମିଳିଛି ।
ଆଜି ସକାଳୁ ଦୋକାନ ଖୋଲିବା ପାଇଁ ଆସିବା ବେଳେ ତାଲା ଭାଙ୍ଗୀ ପଡିଥିବା ଭାଇ ଶିବ ପାଢୀ ଦେଖି ଘରକୁ ସୂଚନା ଦେଇଥିଲେ ।ଏହି ଖବର ପାଇଁ ଦୋକାନ ମାଲିକ ଆସି ଦୋକାନକୁ ଦେଖି ଥାନାରେ ଏତଲା ଦେଇଥିଲେ । ଏତଲାକୁ ନେଇ ରାୟଗଡ଼ାରୁ ସାଇଣ୍ଟିପିକ୍ ଆସିଷ୍ଟାଣ୍ଡ ଅଧିକାରୀ କିଶୋର ଦିପ ,ଅନୁସନ୍ଧାନୀ କୁକୁର, ମାଷ୍ଟର ପ୍ରଦୀପ ବାରିକ, ଫିଙ୍ଗର ପ୍ରିଣ୍ଟ ଅଧିକାରୀ ରଘୁନାଥ ପାତ୍ରଙ୍କ ସମେତ ସ୍ଥାନୀୟ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକଙ୍କ ଦଳ ପ୍ରମୁଖ ଉପସ୍ଥିତ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିଥିଲେ । ସିସି ଟିଭି ଫୁଟେଜକୁ ଆଧାର କରି ପୁଲିସ ସନ୍ଦେହରେ ଜଣକୁ ଅଟକ ରଖିଛି । ଆସାମୀ ଜଣ କ ନାବାଳକ ବୋଲି ପୁଲିସ ସୂଚନା ଦେଇଛି । ସେ ବଡଦ୍ୱାର ସାହିର ବୋଲି ଜଣା ପଡୁଛି । ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ପୁଲିସ ପେଟ୍ରୋଲିଂ କୁ କଡ଼ାକରି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories