www.samajalive.in
Sunday, December 7, 2025
26.1 C
Bhubaneswar

ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ

କଲ୍ୟାଣସିଂହପୁର : ଲଗାଣ ବର୍ଷା ହେବା ଯୋଗୁଁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ପେଟିଲିଗୁଡା ଗାଁର ବିଧବା ଇଲାଇ କାଡ୍ରାକା (୬୦)ଙ୍କ ଘରର କାନ୍ଥ ପଡିଯାଇଛି । ପ୍ରାୟ ତିନିଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ  ମଧ୍ୟ ରାତ୍ରରେ ଘରର ପଶ୍ଚିମ କାନ୍ଥ ପାଣିରେ ଭିଜିବାରୁ ତାହା ଭୁଶୁଡି ପଡିବାରୁ ଘର ଉପରେ ପକାଯାଇଥିବା ଆଜବେଷ୍ଟ ମଧ୍ୟ ଭାଙ୍ଗି ପଡିଯାଇଛି । ଯାହାଫଳରେ ଘରେ ସାଇତି ରଖିଥିବା ଚାଉଳ, ମାଣ୍ଡିଆ, ଅନ୍ୟ ଜିନିଷ ସମସ୍ତ ଘରୋଇ ଜିନିଷ ନଷ୍ଟ ହୋଇଯାଇଛି । କାନ୍ଥ ପଡିଯିବା ଶବ୍ଦ ଶୁଣି ସାହି ପଡିଶା ଉଠି ଦେଖିଥିଲେ । ବିଧବା ଇଲାଇଙ୍କୁ ଉଦ୍ଧାର କରି ନିଜ ଝିଅ  ଜ୍ୱାଇଁ  ମୋନଜ ହିକକାଙ୍କ ଘରେ ଆଶ୍ରୟ ନେଇଛନ୍ତି । ବର୍ତ୍ତମାନ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି । ସେହିପରି ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗାଁର କୃଷ୍ଣ ଚନ୍ଦ୍ର କାଡ୍ରାକାଙ୍କ ଲଗାଣ ବର୍ଷାରେ ଘରର କାନ୍ଥ ପଡିଯାଇଛି । ଯାହାଫଳରେ ଘରର ସମସ୍ତ ଜିନିଷ ପତ୍ର ନଷ୍ଟ ହୋଇଯାଇଛି ।ଏହାକୁ ନେଇ ଗ୍ରାମ ବାସୀ  ରାଜସ୍ୱ ବିଭାଗକୁ ସୁଚନା ଦେଇଥିଲେ ।ରାଜସ୍ୱ ବିଭାଗ ତରଫରୁ ପଲିଥିନ ଯୋଗାଇ ଦେଇଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories