ଫୁଲବାଣୀ:ଆଜି ଫୁଲବାଣୀ ଠ।ରେ ନେହରୁ ଯୁବ କେନ୍ଦ୍ର ଓ ନଟରାଜ କଳା ମନ୍ଦିରର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ.ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଅରବିନ୍ଦ ଶିକ୍ଷାକେନ୍ଦ୍ର ଫୁଲବାଣୀର ସଂପାଦିକ ବନାନୀ ରାଣୀ ପଟ୍ଟନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ରଞ୍ଜିତ କୁମାର ବେହେରା, ଫାର୍ମାସିଷ୍ଟ, ବାସୁଦେବ ଜେନା ଏବଂ ନେହରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହିଅବସରରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କବିତା କାଶୀସ ପ୍ରିୟଦର୍ଶିନୀ, ଶ୍ରୀବଳୀ ବେହେରା,ଏବଂ କ୍ରିଷ୍ଣା ସେନାପତି ହୋଇଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ନଟରାଜ କଳା ମନ୍ଦିରର ମୁଖ୍ୟ ବିନୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



